ବିଦ୍ୟାଳୟରେ ନଳକୂପ ଅଚଳ ; ଅଭିଯୋଗ କଲେ ବ୍ଳକ ପ୍ରଶାସନ ଚୁପ
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ବୁଗବୁଗା ଗ୍ରାମ ପଞ୍ଚାୟତର ଜାମଟିକ୍ରା ଗ୍ରାମରେ ଥିବା ଗାନ୍ଧୀ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ । ବିଦ୍ୟାଳୟ ପରିସରରେ ଥିବା ନଳକୂପଟି ଦୁଇ ମାସରୁ ଅଧିକ ଦିନ ଖରାପ ହୋଇ ପଡିଛି । ମାତ୍ର ବ୍ଳକ ପ୍ରଶାସନ ପାଖରେ ବିଦ୍ୟାଳୟ ପରିଚାଳନା ଓ ଅବିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ଚୁପ ହୋଇ ବସିଛି । ରାଜ୍ୟ ସରକାର ଗୋଟଏ ପଟେ ବରଗଡ ଜିଲ୍ଲାର ପ୍ରଥାମିକ ବିଦ୍ୟାଳୟର ଉନ୍ନତି କରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଡିଣ୍ଡିମି ପିଟୁଥିବା ବେଳେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ଏକ ଜ୍ୱଳନ୍ତ ଉଦାହରଣ । ମାଡି ଆସୁଛି ଖରା, ମଣିଷ ଠାରୁ ପଶୁ ,ପକ୍ଷୀ ସମସ୍ତଙ୍କର ସମସ୍ତଙ୍କର ପିୟ ହେଉଛି ପାଣି । ରାଜ୍ୟ ସକରାରଙ୍କ ଖରାଦିନ ଆଗରୁ ଅଚଳ ଥିବା ନଳକୂପ ଗୁଡିକ ମରାମତି ସହିତ ପାନୀୟ ଜଳ ଯୋଗାଇ ଦେବା ପାଇଁ ନିୟମ ପ୍ରଣୟନ କରାଯାଇଛି । ମାତ୍ର ଅତାବିରା ବ୍ଳକରେ ସବୁ ନିୟମ କାନୁନ ନାଲିଫିତା ତଳେ ରହିଯାଇଛି ବୋଲି ଜଣସାଧାରଣଙ୍କ ଠାରୁ ଶୁଣିବାକୁ ମିଳିଛି । ନଳକୂପ ଅଚଳ ସହିତ ନଳକୂପର ପ୍ଳାଟଫମ ଫାଟିକି ଆଁ କରିଛି । ଏବେ ବିଦ୍ୟାଳୟ ପରିସରରେ ଥିବା ନଳକୂପଟି ଗୋରୁ ବାନ୍ଦିବା ପାଇଁ ଖୁଣ୍ଠ ସାଜିଛି । ବିଦ୍ୟାଳୟର ପିଲା ମାନେ ସାଧାରଣତ ମଧ୍ୟାହ୍ନ ଭୋଜନ ଖାଇବା ପରେ ପାନୀୟ ଜଳ ପାଇଁ ପାଖ ଗ୍ରାମକୁ ଯାଉଛନ୍ତି । ଯୁଦ୍ଧ କାଳୀନ ମଧ୍ୟରେ ଅଚଳ ନଳକୂପ ମରାମତି କରିବା ପାଇଁ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ, ଅବିଭାବକ ଙ୍କ ସହିତ ଛାତ୍ରଛାତ୍ରୀ ମାନେ ନିବଦେନ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପୁଷ୍ପକାନ୍ତି ସେଠଙ୍କୁ ପଚାରିବାରୁ ସେ କହନ୍ତି ବହୁ ଶିଘ୍ର ଅଚଳ ନଳକୂପ ମରାମତି କରିବା ପାଇଁ ପଦକ୍ଷେପ ନେଉଛି ବୋଲି କହିଛନ୍ତି । ଦେଖାଯାଉ ନଳକୂପ ମରାମତି ନିର୍ବାଚନ ଆଗରୁ ସରିବ ନା ବର୍ଷା ଦିନ ଆସିଲେ ମରାତି କରାଯିବ ତାହା ସମୟ ହିଁ କହିବ ବୋଲି ଅବିଭାବକ ମାନେ କହନ୍ତି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ