ବଣଭୋଜି ବେଳେ ଅଘଟଣ; ତିନି ଆହତ
ପିପିଲି--- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ନଂ-୩୧୬ର ପୁବା ଶାସନ ଗ୍ରାମ ପାଖରେ ଥିବା ଏକ ବିଲଡରଙ୍କ ପରିତ୍ୟକ୍ତ ଘରେ ଲୁୁୁଚା ଯାଇଥିିବା ବୋମା ପଡି ଯିବାରୁ ତିନିଜଣ ଆହତ ହୋଇ ଭୁବନେଶ୍ୱର ସରକାରୀ ଡାକ୍ତରଖାନାରେ ଚିକିତ୍ସା ହୋଉଛନ୍ତି । ଖବର ପାଇ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଥାନା ଆଇଆଇସି ଶରତ କୁମାର ସାହୁ ଓ ଉତ୍ତରା ଫାଣ୍ଡି ଅଧିକାରୀ ଅଶୋକ କୁମାର ଗୋଛାୟତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଏକ କମ୍ପାନୀର ମାକେଟିଙ୍ଗ ପିଲା ମାନେ ହୋଳି ଅବସରରେ ଜାତୀୟ ରାଜପଥର ପିପିଲି ଓ ଉତ୍ତରା ମଝିରେ ପୁବା ଶାସନ ପାଖ ଏକ ଜାଗାରେ ଭୋଜି କରୁଥିଲେ । ଭୋଜି ସ୍ଥଳଠାରୁ ଅଳ୍ପ ଦୁରରେ ଏକ ବିଲଡରଙ୍କ ପରିତ୍ୟକ୍ତ ଘର ରହିଛି । ସେହି ଘରକୁ ଭୋଜି କରିବାକୁ ଆସିଥିବା ଯୁବକ ମାନଙ୍କ ମଧ୍ୟରୁ ତିନିଜଣ ଯୁବକ ବୁଲିବା ପାଇଁ ଯାଇଥିଲେ । ଏକ ଘର ମଧ୍ୟକୁ ଯିବା ସମୟରେ ପାରା ମାନେ ଉଡିଯାଇଥିଲେ । ଘରର ତାଜା ଉପରେ କୌଣସି ଦୁବୁର୍ତ୍ତ ବୋମା ଲୁଚାଇକି ରଖିଥିଲା । ପାରା ଉଡିବା ସମୟରେ ବୋମା ଟି ତଳକୁ ଖସି ପଡିବା ଯୋଗୁ ତିନି ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି । ଏହି ତିନିଜଣ ଯୁବକ ହେଲେ ଅବଦୁସ ସମଦ୍ (୨୨), ସାରଜାହ୍ନା ଅଲ୍ଲୀ (୨୩) ଓ ମିର ଅଲ୍ଲୀ (୨୧) ଏମାନଙ୍କ ଘର ଆସାମର ନାଳମାରି ଜିଲ୍ଲାର ଭାଙ୍ଗନ ମସି ଗ୍ରାମର ବୋଲି ଜଣାପଡିଛି । ମିର ଅଲ୍ଲୀ ଗୁରୁତର ଭାବରେ ଚିକିତ୍ସାଧୀନ ରହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ଗୋଛାୟତଙ୍କ ଠାରୁ ପ୍ରକାଶ । ଅନ୍ୟପକ୍ଷେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପିପିଲି ଥାନା ଅଞ୍ଚଳରୁ ଏକ ପରିତ୍ୟକ୍ତ ଘରୁ ବୋମା ରହିଥିବା ବିସୟ ପିପିଲିରେ ମୁଖ୍ୟ ଆଲେଚନା ହୋଉଛି । ଏହାକୁ ମଧ୍ୟ ନଜରକରି ଏସଡିପିଓ ଶ୍ରୀ ବରାଳ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛନ୍ତି । ଏହି ପରିତ୍ୟକ୍ତ ଘରେ କିଏସେ କାହିଁକି ବୋମା ରଖିଥଲା ତାହା ପୋଲିସ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ଏଣୁ ପିପିଲି ପୋଲିସ ପକ୍ଷରୁ କୌଣସି ବ୍ୟକ୍ତି ବିଶେଷ ମାନେ କୌଣସି ପରିତ୍ୟକ୍ତ ଘରେ ପଶନ୍ତୁନାହିଁ ବା କୌଣସି ବସ୍ତୁ ବା କୌଣସି ବ୍ୟକ୍ତି ବିଶେଷ ମାନଙ୍କ ଉପରେ ସନ୍ଦେହ ହେଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଏସଡିପିଓ ଶ୍ରୀ ବରାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ପିପିଲିରୁ ବିଜୟ କୁମାର ମହାପାତ୍ର