ଜେସିପି ମାଡି ଯିବାରୁ ବୃଦ୍ଧାଙ୍କର ମୃତ୍ୟୁ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଖେଲଉର ଗ୍ରାମ ପଞ୍ଚାୟତର ଚାନ୍ଦମଣି ମହାପାତ୍ର ( ୯୬)ଙ୍କ ଉପରେ ଜେସିବି ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଚାନ୍ଦମଣି ଘର ପାଖରେ ପରିସ୍ରା ବସିଥିବା ବେଳେ ଗ୍ରାମରୁ ଡେଲାଙ୍ଗ ଆଡକୁ ଆସୁଥିବା ଜେସିବି ଡ୍ରାଇଭର ନଜର ନ କରି ତାଙ୍କ ଉପରେ ଚଡାଇ ଦେଇଥିଲା । ଯାହାକି ତାଙ୍କର ଅନ୍ତବୁଜୁଳା ବାହାରିପଡିଥିଲା । ଖବର ପାଇ ଘଟଣା ସ୍ଥଳରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେଶ କ୍ରମେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି