ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ବିଫଳ; ଭୂମିହୀନଙ୍କୁ ମିଳୁନି ଘର
ଅତାବିରା--- ଭୂମିହୀନ ମାନଙ୍କୁ ଥଇଥାନ କରିବା ଲକ୍ଷ୍ୟ ରଖି ବିଜେଡି ସରକାର ବସୁନ୍ଧରା ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନାରେ ତହସିଲ ପକ୍ଷରୁ ପ୍ରଥମେ ଭୂମି ହୀନ ପରିବାରଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ଜମିର ପଟ୍ଟା ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଯୋଗାଇ ଦେବାକୁ ଘୋଷଣା କରାଯିବା ସହ ଅନ୍ୟ ସମସ୍ତ ଜନହିତକର ଯୋଜନାରେ ସାମିଲ କରିବା ପାଇଁ କୁହା ଯାଇଥିଲା । ପକୃତ ପକ୍ଷେ ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ଏହି ଯୋଜନା ସମ୍ପର୍ଣ୍ଣ ଭାବରେ ବିଫଳ ହୋଇଛି । ଦୀର୍ଘ ବର୍ଷ ଧରି ଅତାବିରା ବ୍ଳକ କୁଲୁଣ୍ଡା ପଞ୍ଚାୟତର କୁଲୁଣ୍ଡା ହାଇସ୍କୁଲ ପାଖରେ୧୦ ଟି ପରିବାର ବସବାସ କରି ରହି ଆସୁଛନ୍ତି । ଏହି ଯୋଜନାରେ ସାମିଲ ହେବାପାଇଁ ବ୍ଳକ ପ୍ରଶାସନ, ତହସିଲଦାର, ଜିଲ୍ଲାପାଳଙ୍କୁ ପାଖକୁ ବାରମ୍ବାର ଦୌଡି ଦୌଡି ନିରାଶ ହୋଇପଡିଥିବା ଜଣାପଡିଛି । ଏପରିକି ବ୍ଳକ ଓ ଜିଲ୍ଲ୍ାପାଳଙ୍କ ଅଭିଯୋଗ ଶୁଣାଣୀରେ ଦୀର୍ଘ ୫ ବର୍ଷ ହେବ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଉକ୍ତ ପରିବାର ମାନେ ଅଭିଯୋଗ କରିଛନ୍ତି । ୨୦୧୮ ଲଘୁଚାପ ଜନିତ ବର୍ଷାରେ ଏମାନଙ୍କ ଘର ଭାଙ୍ଗି ଯାଇଥିଲେ ମଧ୍ୟ ସେମାନେ ଘର ଭଙ୍ଗା ସାହାର୍ଯ୍ୟରୁ ବଞ୍ଚିତ । ଯାହା ଫଳରେକି ସେମାନେ ସେହି ଭଙ୍ଗା ଘରେ ପଲିଥିନ ତଳେ ଜିବନ ଯାପନ କରୁଛନ୍ତି । ଅନ୍ୟପକ୍ଷେ ସରକାର ସମସ୍ତଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଶୟନ କରୁଥିବା ବେଳେ ଏହି ୧୦ଟି ପରିବାର ସବୁଥିରୁ ବଞ୍ଚିତ ବୋଲି ଦୁଖଃଭରାରେ କହନ୍ତି । ଏ ବିସୟରେ ଅଧିକାରୀ ମାନେ ତମ କଥା ଏଥର ବୁଝା ହେବ କହି କହି ଦିନ ପରେ ମାସ ମାସପରେ ବର୍ଷ ବିତିଗଲାଣି ମାତ୍ର ଅଭିଯୋଗ ପତ୍ର ଏହା ମଧ୍ୟରେ ମଧ୍ୟ ବ୍ଳକ ପ୍ରଶାସନ ପାଖରୁ ହଜିଗଲାଣି । ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପାଖକୁ ବାରମ୍ବାର ଦୌଡି ଦୌଡି ଚପଲ ସରିଗଲାଣି ପଛେ ମୁଣ୍ଡ ଗୁଞ୍ଜିବାକୁ ଯାଗା ଖଣ୍ଡେ ମିଳି ପାରିଲା ନାହିଁ । ଏବେ ପୁଣି ନିର୍ବାଚନ ଆସିଲା ନେତା ମାନେ ଘରକୁ ଯାଇ ମୁଣ୍ଡ ଛୁଇଁ ଠାକୁରଙ୍କ ରାଣ ଖାଇ ପ୍ରଥମେ ତମ କଥା ବୁଝା ହେବ ତା ପରେ ଅନ୍ୟ କଥା ବୁଝା ହେବ ଖାଲି ପମ୍ପା ଆଶ୍ୱସନା ଦେବେ ମାତ୍ର ଭୋଟ ପାଇଗଲା ପରେ ଆଉ ଦେଖା ସାକ୍ଷତା ନାହିଁ ବୋଲି ପଡବାସୀ ମାନେ କହନ୍ତି । ତୁରନ୍ତ ସେମାନଙ୍କୁ ଯୁଦ୍ଧକାଳୀନ ଭିତରେ ଥଇଥାନ ଯଦି କରାନଯାଏ ତେବେ ଆଗାମୀ ନିର୍ବାଚନ ସମୟରେ ସେମାନେ ସଠିକ ଜବାବ ଦେବେ ବୋଲି କହିଛନ୍ତି ।
ବରଗଡରୁ ନବୀନ କୁମାର ଦାଶ
ବରଗଡରୁ ନବୀନ କୁମାର ଦାଶ