Breaking News

ସାକ୍ଷୀଗୋପାଳ ଆରଡି ଡିଭିଜନ ବିନା ସୁଚନା ଫଳକରେ ଚାଲିଛି କାମ ---- ନିମ୍ନମାନର ରାସ୍ତାକାମ; ବନ୍ଦ କଲେ ଗ୍ରାମବାସୀ

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତରେ ଏକ ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ ଅତି ନିମ୍ନ ମାନର ହୋଉଥିବାରୁ ଆଜି ଗ୍ରାମବାସୀ ମାନେ କାମ ବନ୍ଦ କରିଦେଇଛନ୍ତି । ସୁଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଯେଉଁଠାରେ କାର୍ଯ୍ୟ ହେବ ସେଠାରେ କାର୍ଯ୍ୟର ସମସ୍ତ ବିବରଣୀ ଜନସାଧାରଣଙ୍କ ଅବଗତି ନିମନ୍ତେ ରହିବା ଦରକାର  । ମାତ୍ର ସତ୍ୟବାଦୀ ବ୍ଳକରେ ସମସ୍ତ ନିମୟ କାନୁନ ନାଲିଫିତା ତଳେ ରହିଯାଉଛି । ଆରଡି ବିଭାଗରେ ଯେତେ କାମ ହୋଉଛି କେଉଁଠାରେ ସୂଚନା ଫଳକ ନାହିଁ  । କାମ ସରିବାର ମାସକ ପରେ ଗୋଡି ଉଠିଯାଉଛି ତ କେଉଁଠି ରାସ୍ତା ଫାଟି ଯାଇଛି । ଅନ୍ୟ କେଉଁଠି କାନ୍ଥ ଭାଙ୍ଗି ଯାଉଛି । ମାତ୍ର  ଜିଲ୍ଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ଆରଡି ବିଭାଗର ଅଧିକାରୀ ମାନେ ସାକ୍ଷୀଗୋପାଳ ଡିଭିଜନରେ ହେଉଥବା ଦୁର୍ନୀତି ସମ୍ପର୍କରେ ଅବଗତ ଥିଲେ ମଧ୍ୟ କେହି କହିବାର ନାହିଁ ବା ଅଭିଯୋଗ କେଲ ମଧ୍ୟ ଶୁଣିବାର ନାହିଁ  । ସୁଚନାଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବରହମପୁର ଠାରୁ ସୁରୁଜିପୁର କଂକ୍ରିଟ ରାସ୍ତା ନିର୍ମାଣ  କରାଯାଉଛି । ମାତ୍ର ବିଭାଗୀୟ  ସହକାରୀ ଯନ୍ତ୍ରୀ କାର୍ଯ୍ୟରେ ନ ରହିବାରୁ ଉକ୍ତ କାମ ନେଇଥିବା ଠିକାଦାର ଏପରି ସିମେଣ୍ଟରେ କାମ କରିଛି ଯାହାକି ସ୍ଥାନୀୟ ଅଞ୍ଚଳବାସୀ ସେ ସିମେଣ୍ଟ ନାମ ମଧ୍ୟ କେବେ ଶୁଣିନାହାନ୍ତି । ସେହିପରି ବାଲି ଅଧିକ ଦେଇ କାମ ହୋଉଛି ବୋଲି ସୁରୁଜିପୁର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।  ଏ ବିସୟରେ ଠିକାଦାର କହନ୍ତି ବିଭାଗୀୟ ଅଧିକାରୀ ମତେ ଯେଉଁ ସିମେଣ୍ଟ ଆଣିବା ପାଇଁ କହିଛନ୍ତି ମୁଁ ସେହି ସିମେଣ୍ଟରେ କାମ କରୁଛି ବୋଲି କହନ୍ତି । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଓକିଲ ମହାପାତ୍ରଙ୍କୁ ଏ ବିସୟରେ ପଚାରିବାରୁ ସେ କହନ୍ତି ଠିକାଦାର ଜଣାଇଛି ଯେ ସିମେଣ୍ଟ ଯୋଗୁ ବିବାଦ ଦେଖାଯାଇଛି । ମାତ୍ର ଏହି ସମଣ୍ଟେ ନେଇ ଆମେ କାମ କରୁଛୁ କୌଣସି ଅସୁବିଧା ନାହିଁ ବୋଲି ବିଭାଗୀୟ ଜେଇ କହନ୍ତି । ନିମ୍ନ ମାନର କାମ ହୋଉଛି ବୋଲି ପଚାରିବାରୁ  ତାଙ୍କ ପାଖରେ ସେ ଭଳି କୌଣସି ଅଭିଯୋଗ ନାହିଁ ବୋଲି କହନ୍ତି । ପ୍ରକଳ୍ପର ସମସ୍ତ ସୂଚନା ଫଳକ ବିସୟରେ ପଚାରିବାରୁ ସେଠାରେ ମରାଯାଇନାହିଁ ବୋଲି ମାନିଥିଲେ ବହୁ ଶିଘ୍ର ସେଠାରେ ସୁଚନା ଫଳକ ମରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ  ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts