ସାକ୍ଷୀଗୋପାଳ ---- କେନ୍ଦ୍ର ସକରାର ଓଡିଶା ଜାତୀୟ ରାଜପଥ ଉନ୍ନତୀକରଣ ନ କରିବା , ଟେଲିକମ କମ୍ପାନୀକୁ ଘରୋଇ କରଣ ଉଦ୍ୟମ କରିବା, କୋଇଲା ରୟାଲଟି ବିଲ ସଂଶୋଧନ ନହେବା, ଧାନର ସର୍ବନିମ୍ନସହାୟକ ମୂଲ୍ୟ ୨୯୩୦ ଟଙ୍କା ନକରିବା ଉଜ୍ଜଳା ଯୋଜନାରେ ମହିଳା ମାନଙ୍କୁ ସୁଲବ ଦରରେ ଗ୍ୟାସ ନ ମିଳିବା ଆଦି ସମସ୍ୟା ସମ୍ପର୍କରେ ଅନୁଷ୍ଠିତ ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଆଲେଚନା କରାଯାଇଥିଲା । ୩୨ ନଂ ଜିଲ୍ଲା ପରିଷଦ ଜୋନର ସଭ୍ୟ ପ୍ରହଲ୍ଳାଦ ଘଟୁଆରୀ ଅନୁଷ୍ଠିତ ହକ୍ ମାଗେ ଓଡିଶା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ । ସତ୍ୟବାଦୀ ବ୍ଳକର କୋଷୋଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା, ସମିତିସଭ୍ୟା ଗୀତାରାଣି ଭୋଇ, ବିନତୀ ପରିଡା, ସ୍ୱପ୍ନା ଜେନା ଭୀକାରି ପରିଡା, ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଙ୍କ ବିରୁଧରେ ମତ ରଖିଥଲେ । ସତ୍ୟବାଦୀ ବ୍ଳକର ୩୧ ନଂ ଜିଲ୍ଲା ପରିଷଦ ଜୋନର ଅଳଗୁମ ଗ୍ରାମ ପଞ୍ଚାୟତର ମାଳିସାହି ଗ୍ରାମରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ସତ୍ୟବାଦୀ ବିଜେଡି ପକ୍ଷରୁ ହକ୍ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଉଦ୍ଘାଟନ କରି କେନ୍ଦ୍ର ସରକାର କିପରି ରାଜ୍ୟବାସୀଙ୍କୁ ଠକି ଚାଲିଛିନ୍ତି ନିଜର ମତପ୍ରକାଶ କରିଥିଲେ । ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ କେନ୍ଦ୍ର ସରକାର ୨୦୧୪ରେ ଶାସନରେ ରହିବା ପରିଠାରୁ ଓଡିଶା ପ୍ରତି ବୈମାତୃକି ମନଭାବ ରଖିଆସୁଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଓ ଯୁବକ ନିଯୁକ୍ତି ଦେବେ ବୋଲି ଘୋଷଣା ପାଣିର ଗାର ହୋଇଯାଇଛି ବୋଲି କହିଥିଲେ । ଓଡିଶାର ଉନ୍ନତି କରିବା ପରିବର୍ତ୍ତେ ବୋଝଲଦି ଦେଇଛନ୍ତି ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଯୁବ ସଂଗଠକ ଯଯାତି କେଶରୀ ରାୟ, ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟସଭ୍ୟା, ଯୁବଗୋଷ୍ଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ସକରାରଙ୍କ ଓଡିଶା ପ୍ରତି ଅବହେଳା ସମ୍ପର୍କରେ ବିଜେଡି କର୍ମୀ ଓ ଜନପ୍ର୍ତିନିଧି ମାନେ ଆଲୋକପାତ କରିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକମକୁ ପରିଚାଳନା କରିଥିଲେ । ସେହିପରି ୩୩ ନଂ ଜୋନର ବଳପୁର ଗ୍ରାମ ପଞ୍ଚାୟତର ଭାର୍ଗବୀ ନଦୀ ସାଗରସ୍ନାନ ପଡିଆରେ ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ କେନ୍ଦ୍ର ସରକାର ଓଡିଶା ପ୍ରତି ଯେଉଁ ପରି ବୈମାତୃକି ମନୋଭାବ ରହିଛି ତାହାର ସଠିକ ଜବାବ ଦେକାବୁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନିବାଦନ କରିଥିଲେ । ଆଗାମୀ ନିର୍ବାଚନରେ ଓଡିଶା ତାର ମାଗୁଥିବା ହକ୍ ନ ଦେଲେ ବାଧ୍ୟ ହୋଇ ଛଡେଇ ଆଣିବାକୁ ସେ କହିଥିଲେ । ଜିଲ୍ଲା ପରିଷଦସଭ୍ୟ ଧୁବ ଚରଣ ଦାଶ ସଭାପରିଚାଳନା କରିଥିଲେ । ସରପଞ୍ଚ ତ୍ରିନାଥ ମହାପାତ୍ର, ଚଞ୍ଚଳା ପାଣି, ବାସନ୍ତୀ ବେହେରା, ନିରଞ୍ଜନ ମହାରୀ, ଲିଲି ବରାଳ, ସମିତିସଭ୍ୟ କାଳୀ ପ୍ରସାଦ ପଣ୍ଡା,ନିରୁପମା ବେହେରା,ମମତା ଭୋଇ, ମୋନାଲିସା ପାଣି, ସୁକାନ୍ତି ପାତ୍ର, ଆତ୍ମାର ସଭାପତି ବେବିଲାଲ ମିଶ୍ର, ଲିଙ୍ଗରାଜ ସାହୁ, ପିତବାସ ବେହେରା, ସରତ ରାଉତରାୟ, ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ଜମୁନା ବେହେରା, ରୂପରାଜ ବେହେରାଙ୍କ ସହିତ ପ୍ରାୟ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି