ପିପିଲି ବ୍ଳକର ପୁବା ପଞ୍ଚାୟତର ସମିତିସଭ୍ୟା ବିଜେଡିରେ ମିଶିଲେ
ପିପିଲି----ପିପିଲି ବ୍ଲକ ପୁବା ପଞ୍ଚାୟତର ସମିତିସଭ୍ୟା ତିଳୋତମା ବେହେରା ବିଜେଡି ଦଳରେ ତାଙ୍କ ସମର୍ଥକଙ୍କ ସହ ସାମିଲି ହୋଇଛନ୍ତି । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସ୍ୱଛ ଶାସନ ଓ ବିଧାୟକ ପ୍ରଦୀପ ମହାରଥୀ ଅଞ୍ଚଳର ଶାନ୍ତି, ବିକାଶ ଏବଂ ବିଜୁ ଜନତା ଦଳର ଯୋଜନା ସମସ୍ତଙ୍କୁ ଦଳଗତ ନିର୍ବିଶେଷରେ ପ୍ରଦାନ କରାଯାଉଥିବାରୁ ସେ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲି ହୋଇଥିବା ଶ୍ରୀମତି ବେହେରା କହିଛନ୍ତି । ବୁଧବାର ଦିନ ବିଧାୟକ ପ୍ରଦୀପ ମହାରଥୀଙ୍କ ନିଜସ୍ୱ ବାସଭବନରେ ଭେଟି ନିଜ ଆଡୁ ବିଜେଡି ଦଳରେ ସାମିଲି ହୋଇଥିଲେ । ବିଧାୟକ ଶ୍ରୀ ମହାରଥୀ ତାଙ୍କୁ ଫଲତୋଡା ଦେଇ ସ୍ୱାଗତ କରିଥିଲେ । ସେ ଏବଂ ତାଙ୍କ ସମର୍ଥକ ମାନେ ଅଞ୍ଚଳର ବିକାଶ ନିମନ୍ତେ ବିଜୁ ଜନତା ଦଳରେ ଶୃଖଂଳିତ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ କହିଛନ୍ତି ।
ପିପିଲିରୁ ବିଜୟ ମହାପାତ୍ର
ପିପିଲିରୁ ବିଜୟ ମହାପାତ୍ର