ନିର୍ବାଚନ ଘୋଷଣା ପରେ ଡେଲାଙ୍ଗରେ ପ୍ରଥମ ବିଜେଡିର କର୍ମୀ ସମ୍ମଳନୀ
ଡେଲାଙ୍ଗ ----ରାଜ୍ୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ବିଭିନ୍ନ ଦଳ ପକ୍ଷରୁ କର୍ମୀ ସମ୍ମଳନୀ ଆରମ୍ଭ ହୋଇଯାଇଛି । ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତରେ ପ୍ରଥମ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ପୁରୁଷ ମହିଳା ଓ ଯୁବକ ମାନେ ଯୋଗଦେଇ ନିଜ ନିଜର ମତାମତ ରଖିବା ସହ ଆଗାମୀ ଦିନରେ ୨୦୧୯ ଯେଉଁ ମହାସଂଗ୍ରାମ ହେବ ସେଥିରେ ଆମର ପିୟ ବିଜେଡି ନେତା ତଥା ନଟୁଭାଇ ତଥା ପ୍ରଦୀପ ମହାରଥୀଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ କର୍ମୀ ମାନେ ଶପଥ ନେଇଥିଲେ । ଅନୁଷ୍ଠିତ ୍କର୍ମୀ ସମ୍ମଳନୀରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ ମହାରଥୀ ଯୋଗଦେଇ ଉପସ୍ଥିତ ଥିବା କର୍ମୀ ମାନଙ୍କୁ କହିଥିଲେ ମତଦାନ ସଂଖ୍ୟା ବଡିବା ସହ ଯେପରି ଶାନ୍ତପୂର୍ଣ୍ଣ ଭାବେ ନିର୍ବାଚନ ସରିବ ସେ ଦିଗପ୍ରତି ନଜର ଦେବାକୁ ସେ ମତ ରଖିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଜେଡି ବ୍ଳକ ସଭାପତି ବୈରାଗୀ ଜେନା, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ. ରେଙ୍ଗଳ ସରପଞ୍ଚ ଗନ୍ଧର୍ବ ବେହେରା, ସମିତିସଭ୍ୟ ସନ୍ତୋଷ ସେଠୀ, ଆତ୍ମାର ସଭାପତି ବିଜୟ ଚମ୍ପତ୍ତି, କଲ୍ୟାଣପୁର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ଜେନାଙ୍କ ସହ ସୁଧାକର ମାର୍ଥା, ସନ୍ତୋଷ ଭଟ୍ଟ ଓ ବିଭୁତି ବଳବନ୍ତରାୟ, ପ୍ରମୁଖ ଉପସ୍ଥିତ ରହିଥିଲେ । ବ୍ଳକ ବିଜେଡି ସଭାପତି ଶ୍ରୀ ଜେନା କହିଥିଲେ ଆଗକୁ ସମସ୍ତ ପଞ୍ଚାୟତରେ ବିଜେଡି ଦଳ ପକ୍ଷରୁ କର୍ମୀ ସମ୍ମଳନୀ କରାଯାଇ ସମସ୍ତଙ୍କ ମତାମତ ନିଆଯିବ ଓ ମତଦାନ ବଜେଡି ସପକ୍ଷରେ ଯେପରି ଅଧିକ ହେବ ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି