ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ
୯ ଲୋକସଭା , ୫୪ ବିଧାନସଭା ପ୍ରାର୍ଥୀ ନାମ ପ୍ରକାଶ
; ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର----- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ଦଳର ୯ ଲୋକସଭା ଓ ୫୪ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଆଜି ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନ ଓ ବରଗଡ ଜିଲ୍ଲାର ବିଜେପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ପ୍ରକାଶ ପାଇଛି । ଏଣୁ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ସେହିପରି ଲୋକସଭା ଆସନ ପାଇଁ ନବରଙ୍ଗପୁର ମନ୍ତ୍ରୀ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ବଳାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, ଆସିକାରୁ ପ୍ରମିଳା ବିଷୋୟୀ, କନ୍ଧମାଳରୁ ଅଚ୍୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଥବା ବେଳେ ବ୍ରହ୍ମପୁର ଲୋକସଭା ଆସନରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବାଦ ଦିଆଯାଇ ତାଙ୍କ ଯାଗାରେ କଂଗ୍ରେସ ଛାଡି ବିଜେଡି ଦଳରେ ଯୋଗଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଥବା ଜଣାପଡିଛି । ସେହପିରି ୫୪ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ସୁଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୪ଟି ଲୋକସଭା ଅଧୀନରେ ଥିବା ୫୪ଟି ବିଧାନସଭା ଆସନ ଏପ୍ରିଲ ୧୧ ତାରିଖ ଦିନ ଅନୁଷ୍ଠିତ ହେବ । ଏହି ଆସନ ଗୁଡିକ ପାଇଁ ମାର୍ଚ୍ଚ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ନିର୍ବାଚନ କମିଶନର ଦିନ ଧାର୍ଯ୍ୟ କରିଛନ୍ତି ।
ଧୀରେନ୍ଦ୍ର ସେନାପତି