Breaking News

ହରିରାଜପୁର ପଞ୍ଝୁଦୋଳ ମେଳଣରେ ଅଭିରରେ ବୁଡିଗଲେ ଠାକୁର ; ହରିହର ଭେଟ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

 ଡେଲାଙ୍ଗ  ----  ଜଟଣୀ ନିକଟବର୍ତୀ  ଡେଲାଙ୍ଗ ଥାନା ଅର୍ନ୍ତଗତ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଝଦୋଳ ମେଳଣ ଶୁକ୍ରବାର ଗୋଧୁଳି ଲଗ୍ନରେ ଉଦ୍ଯାପିତ ହୋଇଯାଇଛି  । ଏହି ଉପଲକ୍ଷେ ମେଳଣ ପଡିଆରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା  ।  ମେଳଣର ଅନ୍ତିମ  ବା ଶେଷ ଦିବସକୁ ଠାକୁରଙ୍କ ମେଳଣ ବୋଲି କୁହାଯାଇଥାଏ  । ମେଳଣର ଠାକୁରଙ୍କର ହରିହରଭେଟ ଦେଖିବା ପାଇଁ ଭକ୍ତମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା  ।  ଏହି ଦିବସରେ ଭକ୍ତମାନେ ଠାକୁରଙ୍କ ୁ ଦର୍ଶନ କରିବା ସହ ରଙ୍ଗ ବେରଙ୍ଗର ଅବିର ସିଞ୍ଚନ  କରିଥିଲେ । ମେଳଣ ପଡିଆରେ ଫଗୁ ବା ଅଭିରରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଉପରକୁ ଏତେ ପରିମାଣର ପକାଯାଇଥାଏ ଯେ ଠାକୁର ଲୁଚି ଯାଇଥାନ୍ତି ।  ମେଳଣ ପଡିଆ  ରଙ୍ଗ ବେରଙ୍ଗର ଅବିରରେ ରଙ୍ଗାୟିତ ହୋଇଯାଇଥିଲା  । ସଂଧ୍ୟା ସମୟରେ ହରିହରଭେଟ ହେବାପରେ ମେଳଣକୁ ଆମନ୍ତିତ ହୋଇ ଆସିଥିବା ଠାକୁରଙ୍କ ଦୋଳ ବିମାନ ଗୁଡିକ ଫେରିଯାଇଥିଲେ । ମେଳଣ ପଡିଆକୁ ନିମନ୍ତ୍ରିତ ହୋଇ ଆସିଥିବା ଠାକୁରଙ୍କ ଦୋଳବିମାନ ଗୁଡିକ ଯିବା ପର୍ଯ୍ୟନ୍ତ  ବସିରହିଥାନ୍ତି ମେଳଣର ଥାନପତି ଶ୍ରୀ ପଶ୍ଚିମାଶମ୍ବୁ ସୋମନାଥଙ୍କ ସହ ଭଁସର ଗ୍ରାମର ନୀଳକଣ୍ଠେଶ୍ୱରଦେବ । ସୋମନାଥ ଦେବଙ୍କ ବିମାନ ଆଗରେ ମାନସିକ କରିଥିବା ଭକ୍ତମାନେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସତ୍ୟନାରାୟଣ ପୋଥିପାଲା ପୂଜା କରିବା ସହ ମାନସିକ ଓ ଗ୍ରହ ଶାନ୍ତି ପାଇଁ ହୋମ କରୁଥିବାର ଦେଖିବାକୁ ମିଳିଥିଲା  । ବହୁ ଭକ୍ତ ମାନେ ସୋମନାଥଙ୍କ ପାଖରେ ମାନସିକ କରି  ବିଭିନ୍ନ ରୋଗ ସହିତ ଉପକୃତ ହୋଇଥିବା ଯୋଗୁ ସେମାନେ ଠାକୁର ଦର୍ଶନ ନ କରିବା ପର୍ଯ୍ୟନ୍ତ ପାଣି ଗ୍ରହଣ କରିନଥାନ୍ତି ବୋଲି  ଜନମୁଖରୁ ଶୁଣିବାକୁ ମିଳେ  । ହରିରାଜପୁର ମେଳଣ କମିଟି ତରଫରୁ ପ୍ରତିଦୋଳ ବା ମେଳଣକୁ ଆସିଥିବା ଠାକୁରଙ୍କୁ ଭୋଗହାଣ୍ଡି ଦେବା ସହ ସନମାନ ଭାବରେ ତାଙ୍କୁ ବିଦା କରା ଯାଇଥାଏ  ।  ମେଳଣ ଜମିବା ସମୟରେ ଯେପରି ଆତସବାଜି ଫୁଟା ଯାଇଥିଲା ସେହିପରି ଠାକୁରଙ୍କୁ ବିଦାୟ ସମୟରେ ଅଳ୍ପ ପରିମାଣର ଆତସବାଜି ଫୁଟୁଥିବାର ଦେଖାଯାଇଥିଲା   । ମେଳଣକୁ ବୁଲି ଆସିଥିବା ଲୋକମାନେ ମେଳଣ ପଡିଆରୁ ବିଭିନ୍ନ ଘର ସାମଗ୍ରୀ କିଣିକି ନେବା ସହ ମିନାବଜାରରେ ଭିଡ ପରିଲକ୍ଷିତ ହୋଇଥିଲା  । ସେହିପରି ମେଳଣ ପଡିଆରେ ପଡିଥିବା ଫାଷ୍ଟଫୁଡ୍, ଚାଟ୍, ଦହିବରା ଓ ବିଭିନ୍ନ  ଖାଦ୍ୟ ଷ୍ଟଲ ଗୁଡିକରେ ଗହଳି ଚହଳି ଲାଗିଥିବାର ଦେଖାଯାଇଥିଲା  । ମେଳଣର ମୁଖ୍ୟ ଆକର୍ଷଣ ସାଜିଥିଲା ଓରମାସ ତରଫରୁ ଖୋଲାଯାଇଥିବା ଡେଲାଙ୍ଗ ମହିଳା ମିଶନ ଶକ୍ତି ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ତରଫରୁ ବିଭିନ୍ନ ଷ୍ଟଲ  ।  ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, କବିତା ପ୍ରଧାନ, ଭାରତୀ ଚମ୍ପତ୍ତି, ପ୍ରତିମା ଦାସଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହିଥିଲେ  । ମେଳଣକୁ ଶାନ୍ତି ଶୃଙ୍କଳାରକ୍ଷା କରିବା ପାଇଁ ମେଳଣ ପରିଚାଳନା କମିଟି ସହ ସ୍ଥାନୀୟ ଯୁବକ ମାନେ ସହଯୋଗ କରିଥିଲେ  । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ ମାଜିଷ୍ଟ୍ରେଟ ଦାୟତ୍ୱରେ ରହିଥିବା ବେଳେ   ଥାନା ଆଇଆଇସି  ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲିକ ଫୋର୍ସଙ୍କ ସହ ଉପସ୍ଥିତ ରହିଥିଲେ  । ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣକୁ ସରସ ସୁନ୍ଦର କରିବା ପାଇଁ ଗ୍ରାମର ଓଡିଆ ଅନୁଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ୭ମ ବାର୍ଷିକ ହରିରାଜପୁର ମହୋତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ବିଭିନ୍ନ ସଂଧ୍ୟାରେ ଓଡିଶୀ, ଗୋଟିପୁଅନୃତ୍ୟ, ମହାରୀନୃତ୍ୟ, ଦୁର୍ଗାନୃତ୍ୟ, ସମ୍ମଲପୁରୀ ନୃତ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସଂଗୀତ ପରିବେଶଷ କରାଯାଇଥିଲା  ।  ମହୋତ୍ସବରେ ଆମର ପରମ୍ପରା କଳା ଓ ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ହରିରାଜପୁର ମହୋତ୍ସବ ପୟାସ ଜାରି ରଖିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  ।  ଓଡିଆ ଅନୁଷ୍ଠାନର ସଭାପତି ତପନ ରଂଜନ ମହାରଥୀ ସଂଯୋଜନା କରିଥିବା ବେଳେ  ସାଂପଦକ କ୍ଷତୀଶି ଦାସ ଧନ୍ୟବାଦ ଦେଇ ମହୋତ୍ସବକୁ ଉଦ୍ଯାପନ କରିଥିଲେ  । 
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



 

Blog Archive

Popular Posts