Breaking News

ଡେଲାଙ୍ଗ ପୋଲିସକୁ ମିଳିଲା ବଡ ସଫଳତା; ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ

 ଡେଲାଙ୍ଗ--- ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ନୂତନ ଭାବେ ଯୋଗଦେଇଥବା ପୁରୀ ଏସପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ନିଶା କାରବାର କରୁଥିବା ବିଭିନ୍ନ ଅଞ୍ଚଳରେ ଚଡାଉ ଜାରି ରଖିଛନ୍ତି । ସୁଚନାଯୋଗ୍ୟ ଯେ ଘୋରଡିଆ ହାଟବଜାର ନିକଟରେ ଏକ ବନ୍ଦଥିବା ଆଜବେଷ୍ଟସ ଘରୁ ୨ହଜାର ବୋତଳ ଦେଶୀ ମଦ ସହିତ ୨୮ଟି ବିୟର ଡେଲାଙ୍ଗ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି । ଆଜି ସଂଧ୍ୟାରେ ଏସଡିପିଓ ଦେବଦତ୍ତ ବରାଳ ଏକ ପ୍ରେସମିଟ କରି ଏହି ଖବର ପ୍ରକାଶ କରିଛନ୍ତି । ମାତ୍ର ନିଶା ବେପାରୀ ଖସି ଯାଇଛି । ଉକ୍ତ ବେପାରୀଙ୍କୁ ପୋଲିସ ଚିହ୍ନଟ କରିଛି ବହୁ ଶିଘ୍ର ଗରିଫ କରାଯିବ ବୋଲି ଶ୍ରୀ ବରାଳ କହିଛନ୍ତି । ଏହି ଚଡାଉ ଯୋଗୁ ବର୍ତ୍ତମାନ ଡେଲାଙ୍ଗ ଅଞ୍ଚଳରେ ଚୋରା ମଦ ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts