Breaking News

ରେଳ ଧାରଣା କଡରୁ ଅଚିହ୍ନା ଯୁବକର ଶବ ଜବତ

ଡେଲାଙ୍ଗ---ପୁରୀ- ଖୋର୍ଦ୍ଧାରୋଡ ରେଳଧାରଣାର କଣାସରୋଡର ଅଳ୍ପଦୁରରେ ଥିବା ଜଗଦଳପୁର ଲେବୁଲ କ୍ରସିଂ ଠାରେ ଜଣେ ଅଚିହ୍ନା ଯୁବକ ଗୁରୁତର ଭାବରେ ଆହତ ହୋଇ ରେଳ ଧାରଣା କରରେ ପଡିଥିଲେ  ।  ସ୍ଥାନୀୟ ଯୁବକ ମାନେ ଏହା ଦେଖି ସଙ୍ଗେ ସଙ୍ଗେ ଡେଲାଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  ।  ଘଟଣା ସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଦାର କରି ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ  । ସେଠାରେ ତାର ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ପଠାଯାଇଥିଲା  । ସେଠାରେ ଚିକିତ୍ସା କରାଯାଉଥିବା ବେଳେ ଯୁବକଙ୍କର ମୃତ୍ୟୁ ଘଟିଥିଲା  । ଖବର ଲେଖା ହେଲା ବେଳକୁ ଯୁବକର ପରିଚୟ ମିଳିନଥିବା ଜଣାପଡିଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts