Breaking News

ଗୋପ ବ୍ଳକର ବନ୍ତୁଳି ଗ୍ରାମ ପଞ୍ଚାୟତରେ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ

 ଗୋପ---- ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳି ଗ୍ରାମ ପଞ୍ଚାୟତରେ ବିଜେଡିର ହକ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ୧୪ ନଂ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ୨୦୧୪ ମସିହାରୁ କେନ୍ଦ୍ରରେ ବିଜେପି ସରକାର ରହିବା ପରଠାରୁ ଓଡିଶା ପ୍ରତି ବୈମାତୃକ ମନୋଭାବ ରଖି ଆସୁଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା ଦାବୀ କରାଯାଉଥିଲେ ମଧ୍ୟ କେନ୍ଦ୍ର ସରକାର ଚୁପ ରହୁଛନ୍ତି । ଓଡିଶାର ଉନ୍ନତି କରିବା ପରିବର୍ତ୍ତେ ବୋଝ ଲଦି ଦେଉଛନ୍ତି ବୋଲି ମତ ପ୍ରକାଶ କରିଥିଲେ  । ଅନ୍ୟତମ ଅତିଥି ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ଥିବା ଜନସାଧାରଣଙ୍କ ଅବଗତ କରାଇଥିଲେ  । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ସରପଞ୍ଚ ପ୍ରାର୍ଥୀ ଶ୍ରୀଧର ନାୟକ ତାଙ୍କର ସମର୍ଥକଙ୍କ ସହିତ ବିଜେଡି ଦଳରେ ସାମିଲ ହୋଇଥିଲେ  । ବିଧାୟକ ଶ୍ରୀ ଦାଶ ପୁଷ୍ପଗୁଚ୍ଛ ପ୍ରଦାନକରିବା ସହ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରାଇଥିଲେ  । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟସଭ୍ୟା ,ବିଜୁ ଯୁବ ବାହିନୀ ଓ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିବାର ଦେଖାଯାଇଥିଲା  ।
ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts