ବାଲୁକା କଳାରେ ସଚେତନତା ସୃଷ୍ଟି
ପୁରୀ---- ବିଶ୍ୱ ଯଷ୍ମା ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଯଷ୍ମାରୋଗର କାରଣ, ଲକ୍ଷଣ ଓ ଏହାର ଚିକିତ୍ସା କିଭଳି ହୁଏ ସେ ନେଇ ସଚେତନତା କରାଯାଇଛି । ବାଳୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମି ଲାଇଟ ହାଉସ ଠାରେ ବାଳୁକା କଳା ନିର୍ମାଣ କରି ସଚେତନତା ସୃଷ୍ଟି କରିଥିଲେ । ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୁରୀ ଜିଲ୍ଲା ପ୍ରଶାସନ ସହାୟତାରେ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଯକ୍ଷ୍ମା ଦିବସରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବାଲିକା କଳା ମାଧ୍ୟମରେ ଏହି ମାରାତ୍ମକ ରୋଗର ସଠିକ ସମୟରେ ଚିକିତ୍ସା କରାଗଲେ ରେଗରୁ ସମ୍ପର୍ଣ୍ଣ ମୁକ୍ତି ମିଳଥାଏ ବୋଲି ବାଳୁକା କଳା ମାଧ୍ୟମରେ ଶିଳ୍ପୀ ମାନସ ସାହୁ ସାରା ବିଶ୍ୱକୁ ସଚେତନତା ବାର୍ତ୍ତା ଦେଇଥିଲେ ।
ନିମାପଡାରୁ ଜୟନ୍ତ ସେଠୀ
ନିମାପଡାରୁ ଜୟନ୍ତ ସେଠୀ