ପିପିଲି ବ୍ଳକରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ପିପିଲି--- ପିପିଲି ବ୍ଳକ ଅର୍ନ୍ତଗତ ବରାଗଡ ଗ୍ରାମରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ମହିଳା ଓ ପୁରୁଷ ମାନଙ୍କୁ ସଚେତନତା କରାଯାଇଥିଲା । ଏହି ଅବସରରେ ନିଦ୍ଧିଷ୍ଟ କାର୍ଯ୍ୟକ୍ରମ ପାଇଁ ଫର୍ମରେ ପରିବାରଙ୍କ ପାଖରୁ ମତ ଓ ସ୍ୱାକ୍ଷର ସଂଗ୍ର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପିପିଲି ବ୍ଳକର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୁଷ୍ଟି , ଝୁନାମଣି ମଲ୍ଲିକ, ପ୍ରମୋଦିନି ଦଳେଇ, ସତ୍ୟଭାମା ବେହେରା ଓ ଯୁବନେତା ଅମୂଲ୍ୟ ପ୍ରଧାନଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀ ମହିଳା ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର