Breaking News

ବିଜେପିର ସତ୍ୟବାଦୀ ବିଧାନସଭାର ପ୍ରାର୍ଥ୍ରୀ ହେଲେ ଓମ ପ୍ରକାଶ ମିଶ

ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ପାଇଁ ପ୍ରମୁଖ ଦଳ ମଧ୍ୟରେ ଦ୍ୱନ୍ଦ ଲାଗିଥିବା ବେଳେ ଆଜି ବିଜେପି ଦଳ ପକ୍ଷରୁ ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନାମ ପ୍ରକାଶିତ ତାଲିକାରେ ପ୍ରକାଶ ପାଇଛି । ଯାହାକୁ ନେଇ ସତ୍ୟବାଦୀ ଓ କଣାସ ବ୍ଳକର ବିଜେପିର କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି  ।  ଦୀର୍ଘଦିନ ଧରି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ମାନଙ୍କୁ ସଂଗଠିତ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରାଇ ସତ୍ୟବାଦୀରେ ବେଶ ଭୋଟରଙ୍କ ପାଖରେ ପରିଚିତ । ୨୦୧୪ ମସିହାରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ୧୫ ହଜାର ୬୮ ଖଣ୍ଡ ଭୋଟ ପାଇଥିଲେ  । ଏପରିକି ନିର୍ବାଚନ ମଣ୍ଡଳୀର କିଛି ପୁରୁଖା କର୍ମୀ ମାନେ ସତ୍ୟର ଜୟ ହେଲା ବୋଲି କହିଛନ୍ତି । ଏ ସମ୍ପର୍କରେ ବିଜେପିର ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର କହନ୍ତି ଏହା ଏକ ଜାତୀୟ ଦଳର ନିସ୍ପତି । ଦଳ ଯାହାକୁ ପ୍ରାର୍ଥୀ କରିଥାନ୍ତା ଆମେ ତାକୁ ସମର୍ଥନ କରିଥାନ୍ତୁ । ଏବେ ଦଳ ମତୋ ପ୍ରାର୍ଥୀ କରିଛି ମୋର ବିଶ୍ୱାସ ଅଛି ଆମ ଦଳ ମଧ୍ୟରେ ସେପରି କିଛି ବିଶୃଙ୍ଖଳା ନାହିଁ  । ବରୋଧୀ ଦଳ ଆମ ନାମରେ ମିଥ୍ୟା ପ୍ରଚାର କରୁଛନ୍ତି । ଲୋକସଭା ଆସନ ପ୍ରାର୍ଥୀ ନିସ୍ପତି ହେବା ପରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି କହିଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts