ଲୁହୁରାଚଟି-- ସମ୍ଭଲପୁର ଜାତୀୟ ରାଜପଥ ନିର୍ମାଣ ଓ ଡ୍ରେନ କାମ ସରିବ କେବେ
ଅତାବିରା--- ଲୁହୁରାଚଟି-- ସମ୍ଭଲପୁର ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାଦାର ସଂସ୍ଥା ନିମ୍ନ ମାନର ଡ୍ରେନ କାମ କରିବା ଯୋଗୁ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି ବୋଲି ଅଭିଯୋଗ ମାନ ହେଉଛି । ୨୦୧୪ ମସିହାରେ ଏହି ରାସ୍ତା କାମ ସହିତ ଡ୍ରେନ କାମ ସରିବାର ଥିଲା । ମାତ୍ର ଆତି ପର୍ଯ୍ୟନ୍ତ ଡ୍ରେନ କାମ ସରିନାହିଁ । ଡ୍ରେନ କାମ ଆରମ୍ଭରୁ ଅଧିକାଂଶ ସ୍ଥାନରେ ଡ୍ରେନ ଉପର ସ୍ଳାବ ଭାଙ୍ଗି ଗଲାଣି ତ କେଉଁଠି ମୁକୁଳା ପଡିଛି । ଆଜି ସଂଧ୍ୟା ସମୟରେ ଅତାବିରା ବସଷ୍ଟାଣ୍ଡ ନିକଟରେ ଏକ ଖାଲି ଟ୍ରକ ରାସ୍ତା କରରେ ଥିବା ଡ୍ରେନ ଉପରେ ଚଡିଯିବାରୁ ଡ୍ରେନ ଉପରେ ପଡିଥିବା ସ୍ଳାବ ଭାଙ୍ଗି ଯାଇଥିଲା । ଯାହା ଫଳରେକି ଗାଡି ଗୁଡିକ ନାନା ହଇରାଣ ଭୋଗୁଛନ୍ତି ବୋଲି ଅଭିଯୋଗ ମାନ ହେଉଛି । ରାସ୍ତା କାମ ସରିନଥିବା ବେଳେ ଅନ୍ୟ ପକ୍ଷେ ଟୋଲଗେଟ କରି ଗାଡି ମଟର ଠାରୁ ଅର୍ଥ ଆଦାୟରେ ଅଧିକାରୀ ମାନେ ବ୍ୟସ୍ତ ରହୁଥିବା ଅଭିଯୋଗ ମାନ ହୋଇଛି । ରାସ୍ତା କାମ ନିମ୍ନମାନର ଓ ଡ୍ରେନ କାମ ତୁରନ୍ତ ଶେଷ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ମାନ କରାଯାଇଥିଲେ ମଧ୍ୟ ସୁଫଳ କିଛି ମିଳୁନାହିଁ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଡ୍ରେନ ଯୋଗୁ ଯଦି କୌଣସି ଅଘଟନ ଘଟେ ତାହେଲେ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ବୁଦ୍ଧିଜିବୀ ମାନେ ଚେତାବନି ଦେଇଥିବା ଜଣାପଡିଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ