Breaking News

ସାକ୍ଷୀଗୋପିନାଥଙ୍କ ଆରମ୍ଭ ହେଲା ଦୋଳପର୍ବ ; ଆଜିଠୁ ଠାକୁରଙ୍କୁ ଲାଗି ହେଲା ଫଗୁ

 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବ କ୍ଷେତ୍ର ହେଉଛି ସାକ୍ଷୀଗୋପିନାଥ ଦେବଙ୍କ ପୀଠ  । ଠାକୁରଙ୍କ ସବୁଠାରୁ ବଡ ପର୍ବ ହେଉଛି ଦୋଳପର୍ବ । ହିନ୍ଦୁଧର୍ମର ସଂସ୍କୃତି ସହ ଦୋଳପର୍ବର ସମ୍ପର୍କ ଅତିନିବିଡ  । ଠାକୁର ଫଗୁଦଶମିରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ବାହାରକୁ ବାହାରିଥାନ୍ତି । ଆଜି ଠାରୁ ଠାକୁରଙ୍କୁ ଶ୍ରଦ୍ଧାଳୁ ମାନେ ଫଗୁ ଚିଞ୍ଚନ କରିଥାନ୍ତି ବା ଫଗୁ ଲାଗି ହୋଇଥାଏ  । ଏଥିପାଇଁ ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯାଇଥାଏ  । ସଂଧ୍ୟାଧୂପ ପରେ  ସୁ ସଜ୍ଜିତ ବିମାନରେ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାଧା ବିଜେ କରିଥାନ୍ତି । ଛତି, ତ୍ରାସ, ବୈରଖ, ଘଣ୍ଟ, କହାଳି, ବାଦ୍ୟ , ସଂକୀର୍ତ୍ତନ ବଜାଇ ମଶାଲ ଜଳାଇ ପାଖ ଗୋପାଳପୁର ପାଟଣା ସାହିକୁ ଯାଇଥାନ୍ତି । ସାଙ୍ଗରେ ସେବାୟତ ପାଳିଆପତି ମାନେ ଯାଇଥାନ୍ତି । ସେଠାରେ ଠାକୁର ଚାଚେରୀଭୋଗ ଖାଇ ମନ୍ଦିରକୁ ଫେରିଥାନ୍ତି  । ଏଥିଯୋଗୁ ଉକ୍ତ ଗ୍ରାମରେ ପରିବାରଙ୍କ ସୁଆର ଆଗରେ ପୂର୍ଣ୍ଣକୁମ୍ଭ ଘଡି ସହିତ ଦୀପ ଜଳିଥାଏ । ମନ୍ଦିରକୁ ଫେରିବା ପରେ ବଡସିଂହାର ଧୂପ ହେବାପରେ ମନ୍ଦିର ପହୁଡ ପଡିଥାଏ  । ଏହିପରି ଠାକୁର ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ବାହାରିଥାନ୍ତି । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦୋଳବେଦୀ ଗୁଡିକ ସଫା ସୁତରା କରାଯିବା ସହ ରଙ୍ଗ କରାଯାଇଛି । କେତେକ ଗ୍ରାମରେ ଆଜି ଠାରୁ ମଧ୍ୟ ଠାକୁର ଦୁଆରୀ ଭୋଗ ଖାଇବାର ପରମ୍ପରା ରହିଥିବାର ଜଣାପଡିଛି  । ସେଥିପାଇଁ ଗ୍ରାମ ଗୁଡିକ ଉତ୍ସବ ମୁଖର ହୋଇପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts