ନୋଟିସ' ପ୍ରଦାନ କରି ହାତ ବାନ୍ଧି ବସିରହିଲା ପୌରପ୍ରଶାସନ , କାର୍ଯ୍ୟାନୁଷ୍ଠାନ ଶୂନ
ଜଟଣୀ :--ପୌରପରିଷଦ ଦ୍ୱାରା ଜାରି ହୋଇଥିବା ନୋଟିସ କୁ ବେଖାତିର ମନୋଭାବ ପ୍ରକାଶ କରିଛନ୍ତି ବସ ମାଲିକ ପ୍ରମୋଦ କୁମାର ରାୟ l ସୂଚନା ମୁତାବକ ଗତ ୯ /୩ତାରିଖ (ରବି ବାର ) ଦିନ ସକାଳ ୧୧ ଘଟିକା ସମୟରେ ପୌରପରିଷଦ ଅନ୍ତର୍ଗତ ୮ ନଂ ୱାର୍ଡର ପୌରପାଳିକା କାର୍ଯ୍ୟାଳୟ ଠାରୁ ୧୫୦ ମିଟର ଦୂରତାରେ ଥିବା ପୌରାଞ୍ଚଳର ଅବରୋଦ୍ଧ ରାସ୍ତାରେ ଦୀର୍ଘ ଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା "ଶ୍ରୀ ଚକାଡୋଳା ' ବସରେ ଦୈବାତ କାରଣରୁ ନିଆଁ ଲାଗି ଭାୟାନକ ରୂପରେ ନିଆଁର ଉଗ୍ରରୂପ ଧାରଣ କରିଥିଲା l ନିଆଁ ଓ ଧୂଆଁର ଆସ୍ତରଣରେ ଅସ୍ତବ୍ୟସ୍ତ ହୋଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ବାହାରକୁ ବାହାରିଲେ l ସେହି ସମୟରେ ସ୍ଥାନୀୟ ସହୃଦୟ ବ୍ୟକ୍ତି ଅଗ୍ନିଶ୍ରମ ବିଭାଗକୁ ଫୋନ ମାଧ୍ୟମରେ ଜଣାଇବାରୁ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ତତ୍ପରତା ଦେଖାଇ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ l ଏହି ଘଟଣା ପରେ ସ୍ଥାନୀୟ ପୌରପ୍ରଶାସନ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବସ ମାଲିକ ପ୍ରମୋଦ କୁମାର ରାୟଙ୍କୁ ପରିତ୍ୟକ୍ତ ବସ ଗୁଡିକୁ ରାସ୍ତା ଉପରୁ ସ୍ଥାନାନ୍ତରିତ ନିମନ୍ତେ ତା :-୧୦/୦୩/୨୫ ରିଖ (ସୋମବାର) ପତ୍ର ସଂଖ୍ୟା ୧୫୩୪ ରେ ଏକ ନୋଟିସ ଜାରି କଲେ l କିନ୍ତୁ ବସ ମାଲିକ ପୌରପ୍ରଶାସନର "ନୋଟିସ' କୁ ପକେଟରେ ରଖି ଆଜକୁ ଦୁଇ ମାସ ହେବ ବେଖାତିର ମନୋଭାବ ପ୍ରକାଶ କରିବା ସହ ଅବରୋଦ୍ଧ ରାସ୍ତାରୁ ପରିତ୍ୟକ୍ତ ବସ ଗୁଡିକୁ ସ୍ଥାନାନ୍ତରିତ କରିବା ଜାଗାରେ ଆହୁରି ଅଧିକ ବସ ରଖିବା ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି l ପୌରାପ୍ରଶାସନ "ନୋଟିସ' ଜାରି କରି ଚୁପ ବସିବା ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି ଜନସାଧାରଣଙ୍କ ମନରେ l ବସ ମାଲିକଙ୍କ ଠାରୁ ସ୍ଥାନୀୟ ପୌରପରିଷଦର ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ କାଉନ ସିଲର ମାସିକ ଉତ୍କଚ ନେଇ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମତ ପ୍ରକାଶ କରିଛନ୍ତି l ଯଦି ପୁନର୍ବାର ଏଭଳି ଘଟଣା ଘଟି ସ୍ଥାନୀୟ ବାସିନ୍ଦାଙ୍କ କିଛି କ୍ଷୟକ୍ଷତି ଘଟେ ତେବେ ଏଥି ପାଇଁ ପୌରପ୍ରଶାସନ କତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଏଥି ପ୍ରତି ପୌରପ୍ରଶାସନ ଦ୍ୱାରା ଜାରି ହୋଇଥିବା ନୋଟିସ ଉପରେ ପ୍ରଶାସନିକ ଅଧିକାରୀ ମାନେ ଦୃଢ଼ କାର୍ଯ୍ୟାନୁସ୍ଥାନ ପାଇଁ ସାଧାରଣରେ ଦାବି ହେଉଛି l ତୁରନ୍ତ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହେଉଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୫/୨୦୨୫--୯,୪୫ Sakhigopal News,8/5/2025