ବୁଗବୁଗା ପଞ୍ଚାୟତରେ କାଳିଆ ଯୋଜନାରେ ସହାୟତା ମିଳିବ କେବେ
ଅତାବିରା---- ବରଗଡ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ବୁଗବୁଗା ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ସମ୍ପର୍ଣ୍ଣ ଫେଲ ମାରିଛି ବୋଲି କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପଞ୍ଚାୟତରେ ଶତାଧିକ ଚାଷୀ ଓ ଭୁମିହୀନ ଚାଷୀ ମାନେ ସରକାରଙ୍କ କାଳିଆ ଯୋଜନାରେ ସହାୟତା ପାଇବା ପାଇଁ ପିଠା କାର୍ଯ୍ୟକ୍ରମରେ ଓ ପଞ୍ଚାୟତରେ ଫର୍ମ ପକାଇଥିଲେ । ମାତ୍ର କୃଷି ବିଭାଗର ଅଜବ ନୀତି ଯୋଗୁ ନାମକୁ ମାତ୍ର ବୁଗବୁଗା ପଞ୍ଚାୟତର କିଛି ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିବା ବେଳେ ବହୁ ସଂଖ୍ୟାରେ ଚାଷୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ମାନ ହୋଇଛି । ଯାହାକୁ ନେଇ ଚାଷୀ ମହଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପରିକି କେତେକ ଚାଷୀଙ୍କ ମୋବାଇଲିକୁ ମେସେଜ ଆସୁଛି ମାତ୍ର ବ୍ୟାଙ୍କ ଆକଉଣ୍ଟକୁ ଅର୍ଥ ଆସୁନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେହିପରି କୃଷି ବିଭାଗର ଅଧିକାରୀ ମାନେ କହନ୍ତି ଚାଷୀଙ୍କ ଆକଉଣ୍ଟକୁ କେବେ ଟଙ୍କା ଆସିବ ବା ନ ଆସିବ ତାହା ଆମେ କହି ପାରିବୁନାହିଁ । ଆମକୁ କୁହାଯାଇଥିଲା ଉକ୍ତ ଯୋଜନା ମାଧ୍ୟମରେ ଫର୍ମ ସଂଗ୍ରହ କରି ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ । ଅନ୍ୟ ପକ୍ଷେ ଏହି କାଳିଆ ଯୋଜନା ଆଗାମୀ ନିର୍ବାଚନରେ ପ୍ରଭାବ ପଡିବ ବୋଲି ଅତାବିରାର ବୁଦ୍ଧଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ