Breaking News

ବିଧାୟକଙ୍କୁ ବିରୋଧ କରିବାରୁ ବଦଳିଲେ ବ୍ଳକ ବିଜେଡି ସଭାପତି

ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର  କଣାସ ଓ ସତ୍ୟବାଦୀ ବ୍ଳକର ସୁଶୀଳ କୁମାର ରାଉତ ଓ ରତିକାନ୍ତ ମିଶ୍ର ଦୁଇ ବିଜେଡି ସଭାପତି ବିଧାୟକ ଉମାକାନ୍ତ ସାମନ୍ତରାଙ୍କୁ ଖୋଲା ଖୋଲି ଭାବେ ବିରୋଧ କରି ଆସୁଥିଲେ  । ସୁଚନାଯୋଗ୍ୟ ଯେ ମାର୍ଚ୍ଚ ୩ ତାରିଖ ଦିନ ସତ୍ୟବାଦୀ ବ୍ଳକର ବୀରଗୋବିନ୍ଦପୁର ଠାରେ  ଦୁଇ ବ୍ଳକ ବିଜେଡି ସଭାପତି ଏକ କର୍ମୀ ସମ୍ମଳନୀ କରି ବିଧାୟକ ଶ୍ରୀ  ସମାନ୍ତରାୟଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ  । ସେମାନଙ୍କୁ ତୁରନ୍ତ ହଟାଇବା ପାଇଁ ଦୁଇ ବ୍ଳକର  କର୍ମୀ ମାନେ ବିଧାୟକଙ୍କ ଉପରେ ଚାପ ପକାଇ ଆସୁଥିଲେ  । ଶେଷରେ  ସବୁ କଳ୍ପନ ଜଳ୍ପନାର ଅନ୍ତ ଘଟି ଶନିବାର ଦିନ ସତ୍ୟବାଦୀ ଓ କଣାସ ବ୍ଳକରେ ଥିବା ବିଜେଡି ସଭାପତିଙ୍କୁ ହଟାଇଦେଇ ତାଙ୍କ ଯାଗାରେ ସତ୍ୟବାଦୀ ବ୍ଳକର ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଓ କଣାସ ବ୍ଳକର ବିଜେଡି ସଭାପତି ଭାବେ ସୁରେଶ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡିଛି  । ସତ୍ୟବାଦୀରେ ବ୍ଳକରେ ନୂତନ କରି ବ୍ଳକ ବିଜେଡି ସଭାପତି ଭାବେ ପ୍ରମୋଦ ରାଉତରାୟ ନିଯୁକ୍ତି ଦିଆଯାଇଥିବାରୁ ଯୁବଗୋଷ୍ଠୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଧନ୍ୟବାଦ ଦେବାସହ ଶ୍ରୀ ରାଉତରାୟଙ୍କୁ ସ୍ୱାଗତ କରିଛନ୍ତି  ।  ନୂତନ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ  ସହ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ଯୁବକର୍ମୀ ମାନେ ବିଧାୟକଙ୍କୁ ସାକ୍ଷତା କରିବା ସହ ସ୍ୱାଗତ କରି ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିଥିଲେ  । ଏହି ଅବସରରେ ଯୁବକର୍ମୀ ମାନେ  ଆତସବାଜି ଫୁଟାଇ ମିଠା ବାଣ୍ଟି ଖୁସି ମନାଇଥିଲେ  । ଏ ସମ୍ପର୍କରେ ଶ୍ରୀ ରାଉତରାୟ କହନ୍ତି ମୋତେ ଯେଉଁ ଦାୟତ୍ୱ ମୁଖ୍ୟମନ୍ତ୍ରୀ ଓ ବିଧାୟକ ଦେଇଛନ୍ତି ତାହା ମ୍ୟୁ ସଠିକ ଭାବେ ପାଳନ କରିବା ପାଇଁ ଉଦ୍ଦ୍ୟମ ଜାରି ରଖିବି ବୋଲି କହିଥିଲେ  । ଆଗକୁ ଏକ ନିର୍ବାଚନ ରହିଛି ଏଥିରେ କିପରି ସଫଳତା ଦଳ ପାଇବା ତାହା ହେଉଛି ମୋର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ରାଉତରାୟ କହିଥିଲେ  । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts