Breaking News

ବାଣ ବିଷ୍ପୋରଣରେ ଜଣେ ଗୁରୁତର ଆହତ

ବାଲିପାଟଣା---  ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଳକ ଅନ୍ତର୍ଗତ ବୁଦ୍ଧିପଡା ଗ୍ରାମରେ ବାଣ ତିଆରି କରୁଥିବା ସମୟରେ ବିଷ୍ପୋରଣ ହେବାରୁ ଜଣେ ଗୁରୁତର ଭାବରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ହୋଉଥିବା ଜଣାପଡିଛି  । ତାଙ୍କ ନାମ ଲକ୍ଷ୍ମୀଧର ବେହେରା । ଆଗକୁ ଦୋଳ ପୂର୍ଣ୍ଣମୀ ଏଥିପାଇଁ ଗ୍ରାମଞ୍ଚଳରେ ପ୍ରାୟ ଘଡି, ଧପଧପି, ରସବଳିତା, ଚେଙ୍ଗ, ଶୁନଫୋଟାକା, ତାଳଫେଟାକା ଆଦି ବାଣ ତିଆରି କରାଯାଇଥାଏ  । ଏହି ବାଣ ତିଆରି କରୁଥିବା ସମୟରେ କୌଣସି କାରଣରୁ ବିଷ୍ପୋରଣ ହେବାରୁ ଲକ୍ଷ୍ମୀଧର ପୋଡିଯିବା ସହ ତାଙ୍କର ଘର ପୋଡି ଯାଇଛି  । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ବାଳକାଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା  । ସେଠାରେ ପ୍ରାଥମିକ ଛିକିତ୍ସା କରିବା ପରେ ଲକ୍ଷ୍ମୀଧରଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । 
 ବାଲିପାଟଣାରୁ -- ଶ୍ରୀ ସାମନ୍ତରାୟ

Blog Archive

Popular Posts