Breaking News

ସତ୍ୟବାଦୀ ପୋଲିସକୁ ବଡ ଧରଣର ସଫଳତା ; ବହୁ ପରିମାଣର ବିଦେଶୀ ମଦ ଜବତ, ୨ ଗିରଫ

 ସାକ୍ଷୀଗୋପାଳ ---- ପୁରୀ ଏସପିଙ୍କ ନିର୍ଦ୍ଧେଶ କ୍ରମେ ସତ୍ୟବାଦୀ ଥାନା ଅଧିକାରୀ ତପନ କୁମାର ରାଉତ ସଦଳବଳେ ମଧୁବନ ଗ୍ରାମ ପଞ୍ଚାୟତର ବାଣପୁର ଗ୍ରାମର ରବି ପ୍ରଧାନଙ୍କ ଘରୁ  ବିଭିନ୍ନ ପ୍ରକାରର ବିଦେଶୀ ମଦ ଜବତ କରାଯାଇଛି । ସେହିପରି  ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଭିଁପୁର ଗ୍ରାମର ପ୍ରଶାନ୍ତ ସାହୁଙ୍କ ଠାରୁ  ବିଦେଶୀ ମଦ ସତ୍ୟବାଦୀ ପୋଲିସ ଜବତ କରିବାରେ ସଫଳତା ମିଳିଛି । ମୋଟ ୧୯୭ ବୋତଳ ବିଦେଶୀ ମଦ ଯାହାକି ୫୨ ଲିଟର ବୋଲି ଏସଡିପିଓ ଦେବଦତ୍ତ ବରାଳ ଏକ ପ୍ରେସ ମିଟରେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଦୁଇଟି କେସରୁଜ କରାଯାଇଛି ।  ଦୁଇଜଣଙ୍କୁ କାଲି କୋର୍ଟକୁ ପଠାଯିବ ବୋଲି ସତ୍ୟବାଦୀ ଥାନା ଅଧିକାରୀ ତପନ କୁମାର ରାଉତ  ସୁଚନା ଦେଇଛନ୍ତି ।  ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହି ଚଡାଉ ଜାରି ରହିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts