ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକର ଉତ୍କଳ ପ୍ରାନ୍ତିୟ ମାରବାଡି ସଂବେଳନ ଅତାବିରା ଶାଖା ପକ୍ଷରୁ ୩୧ ତାରିଖ ତଥା ଆସନ୍ତା ରବିବାର ଦିନ ଅଗ୍ରସେନ ଭବନ ପରିସରରେ ଅନୁଷ୍ଠିତ ହେବବୋଲି ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ଜଣାଇଛନ୍ତି । । ସକାଳ ୧୦ ଗଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏଥିରେ ବିଭିନ୍ନ ପେସାଲିଷ୍ଟ ଡାକ୍ତରଙ୍କ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନୂତନ ମେସିନ ସହଯୋଗରେ ଚକ୍ଷୁ , ରକ୍ତଚାପ, ମହୁମେହ ଆଦି ପରୀକ୍ଷା କରାଯିବ ବୋଲି ମାରବାଡି ସଂବେଳନର ସଭାପତି ବିଜୟ କୁମାର ମିତ୍ତଳ କହିଛନ୍ତି ।ଏହି ମେଗା ସ୍ୱାସ୍ଥ୍ୟ ସେବାରେ ଶତାଧିକ ଜନସାଧାରଣ ଏହାର ଫାଇଦା ନେବା ପାଇଁ ଯୁଗ୍ମ ସମ୍ପାଦକ ଉମେଶ ଅଗ୍ରୱାଲ ନିବେଦନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଶାଖାର ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ