ବରଗଡ--- ବରଗଡ ଜିଲ୍ଲାର ଅତାବିରା ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୂର୍ବତନ ହସ୍ତତନ୍ତ୍ର ଓବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ୪ ସେଟ ପ୍ରାର୍ଥୀପତ୍ର ଦାଖଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମର୍ଥକ ଓ ପ୍ରସ୍ତାବକଙ୍କ ସହିତ ଦାଖଲ କରିଥିବା ଜଣାପଡିଛି । ବରଗଡ ସ୍ଥିତ ସାଇ ମନ୍ଦିରରେ ପୁଜାର୍ଚ୍ଚନା କରିବା ପରେ ଶୁଭଲଗ୍ନ ଦେଖି ଶତାଧିକ କର୍ମୀ ମାନଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଅତାବିରା ବ୍ଳକର ବିଜେଡି ସଭାପତି ଲମ୍ବୋଦର ମଲ୍ଲିକ, ଭେଡେନ ବ୍ଳକ ବିଜେଡି ସଭାପତି ହରିଶଙ୍କର ବେହେରାଙ୍କ ସହିତ ଶତାଧିକ କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ବରଗଡରୁ ନବୀନ ଦାଶ