Breaking News

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବୋନସ ଓ ମନରେଗା ଅର୍ଥ ମିଳୁନାହିଁ

ଅତାବିରା---  ବରଗଡ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ବୁଗବୁଗା ଗ୍ରାମ ପଞ୍ଚାୟତର ଜାମଟିକ୍ରା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିଥିବା ହିତାଧିକାରୀ ମାନଙ୍କୁ ସେମାନଙ୍କର ବୋନସ ଓ ମନରେଗା ଅର୍ଥ ମିଳୁନାହିଁ ବୋଲି ଅଭିଯୋଗ ମାନ ହେଉଛି । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଓ ବିଜୁପକ୍କା ଘର ତିନି ମାସରେ ଯେଉଁ ହିତାଧିକାରୀ ମାନେ କାମ ସାରିବେ ସେମାନଙ୍କୁ  ମନରେଗା ଯୋଜନା  ସହିତ ୨୦ ହଜାର ଟଙ୍କା ବୋନସ ଓ ଛଅ ମାସରେ ଯେଉଁ ମାନେ ଘର କାମ ସାରିବେ ସେମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ଅତାବିରା ବ୍ଳକରେ ସମସ୍ତ ନିୟମ ନାଲିଫିତା ତଳେ ରହିଯାଉଛି । ବାବୁ ମାନେ ସେମାନଙ୍କ ମନଇଛାରେ କାର୍ଯ୍ୟ କରାଯାଉଛି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ହାତଗୁଞ୍ଜା ନ  ଦେଲେ ଅତାବିରା ବ୍ଳକରେ ଫାଇଲି ଘୁଞ୍ଚେନାହିଁ ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି  । ଜାମଟିକ୍ରା ଗ୍ରାମର ଜୀବର୍ଦ୍ଧନ ଦୀପ, ସୁନୀତା କଠାର ଓ ହରି ମୋହନ କଠାର ପ୍ରଦାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦେଶ ପାଇବାର ୬ ମାସ ମଧ୍ୟରେ ଘର କାମ ଶେଷ କରିଥିଲେ ମଧ୍ୟ ସଠିକ ଅର୍ଥ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହିପରି କାଦୋବାହାଲ ପଞ୍ଚାୟତର ବରାହମୁଣ୍ଡା ଗ୍ରାମର ଚନ୍ଦ୍ରଭାନୁ ପୋଢ଼  ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟଦେଶ ପାଇବାର ତିନି ମାସ ମଧ୍ୟରେ ଘର କରି ଫାଇନାଲ ବିଲ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା କରାଯାଇଥିବା ବୋନସ ଅର୍ଥ ୨୦ ହଜାର ଟଙ୍କା ଏପର୍ଯ୍ୟନ୍ତ  ପାଇ  ନାହାନ୍ତି ବୋଲି ଅତାବିରା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ହିତାଧିକାରୀ ମାନେ ସଠିକ ଘର କାମ କରି ମନରୋଗା ଓ ବୋନସ ଅର୍ଥ ନ ପାଇବାରୁ ସେମାନେ ଧାର କରଜ କରି ଆଣିଥିବା ଟଙ୍କା ସୁଜି ନ ପାରିବାରୁ ସାହୁକାର ସୁଧ ନେବାକୁ ଧମକ ଦେଉଥିବା ଜଣାପଡିଛି  । ଯାହାକୁ ନେଇ ହିତାଧିକାରୀ ମାନେ ଏବେ ଚିନ୍ତାରେ ପଡିଛନ୍ତି । ସେହିପରି ଯେଉଁମାନେ ଘର ନକରି ଅନ୍ୟ ଘର ଦେଖାଇ ସେମାନଙ୍କର ସଠିକ ବିଲ କରାଯାଉଛି ବୋଲି ହିତାଧିକାରୀ ମାନେ କହନ୍ତି । ରାଜ୍ୟ ସରକାର ଆଦିବାସୀ ଜନଜାତି ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ସବୁ ଯୋଜନା ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ଫେଲ ମାରୁଛି ବୋଲି ସାଧାରଣରେ ଆଲେଚନା ହେଉଥିବା ଶୁଣିବାକୁ ମିଳୁଛି । ଏ ସମ୍ପର୍କରେ ଅତାବିରା ବିଡିଓ ପ୍ରଣବ ଚାନ୍ଦଙ୍କୁ ପଚାରିବାରୁ ସେ କହନ୍ତି ଏହି ଘଟଣାର ଅନୁଧ୍ୟାନ କରାଯାଇ ବହୁ ଶିଘ୍ର ହିତାଧିକାରୀ ମାନଙ୍କୁ ସେମାନଙ୍କର ବକେୟା ଅର୍ଥ  ପ୍ରଦାନ କରାଯିବ  । ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହି ସମସ୍ୟା ଲାଗି ରହିଛି । ଗ୍ରାମ ପଞ୍ଚାୟତରେ ସିଲ ମାରିବା ଠାରୁ ନାମ ଲେଖିବା ପର୍ଯ୍ୟନ୍ତ ସବୁଠାରେ ଅର୍ଥ ଦେବାକୁ ପଡୁଛି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।
ବରଗଡରୁ ନବୀନ ଦାଶ

Blog Archive

Popular Posts