ଅତାବିରା--- ବରଗଡ ଜିଲ୍ଲାର ଅତାବିରାର ଖଲିଆପାଳି ( ଟୋପ) ଠାରେ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଚୈତ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ୨୮-୩-୨୦୧୯ ରିଖରୁ ଆରମ୍ଭ ହୋଇ ଚେତ୍ର କୃଷ୍ଣ ଦ୍ୱାଦଶୀ ତିଥିରେ ପୂର୍ଣ୍ଣାହୁତି ଓ ଠାକୁର ମନ୍ଦିରକୁ ପ୍ରବେଶ କରିବେ । ଗୁରୁବାର ଦିନ ଅଙ୍କୁରାରୋପଣ, ମଣ୍ଡଳୀକରଣ କରାଯାଇଥିଲା । ଶୁକ୍ରବାର ମଙ୍ଗଳରୋପଣ କରାଯିବା ପରେ ସକାଳୁ କଳସ ଯାତ୍ରା କରାଯାଇଥିଲା । ପରେ ପରେ କଳସ ସ୍ଥାପନ ପରେ ଦେବତା ଆବାହନ ଓ ଅଗ୍ନିସ୍ଥାପନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଅପରାହ୍ନରେ ଆରତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଦିନ ମଣ୍ଡପ ପୂଜା, ସ୍ନାନ, ମନ୍ଦିର ଅଧିବାସ, ଅନ୍ନଭିଶେକ ( ଗର୍ଭାଧାନ) ଚଣ୍ଡୀହୋମ, ଆରତୀ ପୁଷ୍ପାଞ୍ଜଳୀ, ରବିବାର ସକାଳୁ ମଣ୍ଡପ ପୂଜା, ଦେବତା ସ୍ନାନ, ଅଭିଷେକ, ପ୍ରାଣପ୍ର୍ତିଷ୍ଠା, ପୀଠନ୍ୟାସ, ଶିଖରନ୍ୟାସ, ଗୀତା ହୋମ, ଆରତୀ ପୁଷ୍ଣାଞ୍ଜଳୀ ପ୍ରଦାନ କରାଯିବ । ପୂର୍ଣ୍ଣାହୂତି ବା ଶେଷ ଦିନ ଅର୍ଥାତ ସୋମବାର ମୁଖ୍ୟଦେବତା ଉପଚାର ପୂଜା, ରାମ ସହସ୍ର ନାମ, ଠାକୁରଙ୍କ ଗମ୍ଭୀରା ପ୍ରବେଶ, ପୂର୍ଣ୍ଣାହୁତୀ, ଆର୍ଶିବାଦ, ବିସର୍ଜନ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଶ୍ରୀରାମ ମନ୍ଦିର ପୂଜା କମିଟି ପକ୍ଷରୁ କୁହାଯାଇଛି । ଏହି ଅବସରରେ ଆଜି କଳସ ଯାତ୍ରା ଭବାନୀମାତା ମନ୍ଦିର ନିକଟରେ ଥିବା କେନାଲରୁ ସ୍ରୋତୀୟ ବାହ୍ମଣ ମାନଙ୍କ ଦ୍ୱାରା ପୂଜିତ କଳସ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନୂତନ ଶ୍ରୀରାମ ମନ୍ଦିର ଠାରେ ପହଞ୍ଚିଥିଲା । ଏଥିରେ ୧୩ ଯୋଜି କର୍ତ୍ତାକର୍ତ୍ତୀ ରହିଥିଲେ । କିଶୋର ମହାନ୍ତି ଓ ଅଳକା ମହାନ୍ତି ମୁଖ୍ୟ କର୍ତ୍ତା କର୍ତ୍ତୀ ଭାବେ ରହିଥିବା ବେଳେ ମନୋରଞ୍ଜନ ଦାଶ, ସୁଷମା ଦାଶ, ଦେର୍ବାର୍ଚ୍ଚନ ଦେବତା, ଚନ୍ଦ୍ରକାନ୍ତି ଦେବତା, ଭୋଜରାଜ ଦେବତା, ନୂତନା ଦେବତା, ସଦାନନ୍ଦ ଦେବତା, ବିଜୟ ଲକ୍ଷ୍ମୀ ଦେବତା, ରାମକୃଷ୍ଣ ମିଶ୍ର, ଶମିଷ୍ଠା ମିଶ୍ର, ସନୁ ଖୁଣ୍ଟାଲା, ମିନା ଖୁଣ୍ଟଲା, ସମାରୁ ରାଉତ, ସାବିତ୍ରୀ ରାଉତ, ଛତୀଶ ଚନ୍ଦ୍ର ଦେବତା, କୈଶ୍ୟଲ୍ୟା ଦେବତା, ରାମକୃଷ୍ଣ ରେଡ୍ଡୀ, ନାଗମଣୀ ରେଡ୍ଡୀ, ଭେଙ୍କଟ ରେଡ୍ଡୀ, ଶୈଳାଜା ରେଡ୍ଡୀ, ରାମଚନ୍ଦ୍ର (ନନ୍ଦ) ମିଶ୍ର, ସେବତୀ ମିଶ୍ର ଓ ଦେବନନ୍ଦ ମିଶ୍ର ଓ ଡଲି ମିଶ୍ର ସେହିପରି ଏମାନେ କର୍ତ୍ତା କର୍ତ୍ତୀ ଭାବେ ରହିଛନ୍ତି । ସେହିପରି ମୁଖ୍ୟ ପଣ୍ଡିତ ଭାବେ ସରୋଜ ଦେବତା, ରତ୍ନାକର ଦେବତା, ବାବୁଲାଲ ପାଣ୍ଡିଆ, ରଘୁନନ୍ଦନ ବତ୍ତିଆ, କୈଳାସ ପଣ୍ଡା, ନିରଞ୍ଜନ ପାଣିଗ୍ରାହୀ ଓ ସୁରେନ୍ଦ୍ର ମିଶ୍ରଙ୍କ ସହିତ ପ୍ରାୟ ୫୧ ଜଣ ପଣ୍ଡିତ ଉକ୍ତ ମକାର୍ଯ୍ୟକ୍ରମରେ ସାମିଲ ରହିଥିବାର ଜଣାପଡିଛି । ପ୍ରତିଦିନ ପ୍ରସାଦ ସେବନ କାର୍ଯ୍ୟକମ ରହିଥିବା ବେଳେ ସଂଧ୍ୟାରେ ଭକ୍ତି ସଂଗୀତ ଓ ଧର୍ମ ବାଣୀ ପ୍ରଚାର ହେବାର ରହିଛି ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଜଣାଇଛନ୍ତି । ଶେଷ ଦିନରେ ଅତିଥି ଭାବେ ବିଭିନ୍ନ ଜନପ୍ରତିନିଧି ମାନେ ଯୋଗଦେବାର ରହିଛି ।
ବରଗଡରୁ ନବୀନ ଦାଶ