Breaking News

ଅଜଣା ଗାଡି ଧକ୍କାରେ ସାମ୍ବାଦିକ ଗୁରୁତର ଆହତ

 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ବରିଷ୍ଠ ସମାଜର ସାମ୍ବଦିକ ପ୍ରସନ୍ନ କୁମାର ତ୍ରିପାଠୀ ଖବର ସଂଗ୍ରହ କରି ରାତିରେ ଘରକୁ ଫେରିବା ବାଟରେଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି  । ସୁଚନାଯୋଗ୍ୟ ଯେ ପ୍ରତିଦିନ ଭଳି ସେ ଖବର ସଂଗ୍ରହ କରି ଖବର ଗୁଡିକ ଅଫିସକୁ ପଠାଇବା ପରେ  ନିଜ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମକୁ ଫେରନ୍ତି । ବୁଧବାର ରାତି ପ୍ରାୟ ୮.୪୫ରେ ଶ୍ରୀ ତ୍ରିପାଠୀ ନିଜ ସ୍କୁଟିରେ କାମ ସାରି ଘରକୁ ଫେରୁଥିବା ବେଳେ କଲ୍ୟାଣପୁର ବଜାରରେ ଏକ ମଟର ସାଇକେଲରେ ଦୁଇ ଜଣ ଯୁବକ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା କରିଥିଲେ  । ଯାହାଫଳରେକି ଶ୍ରୀ ତ୍ରିପାଠୀ ଗାଡିସହ ଛିଟିକି ପଡିଯିବା ଦେଖି ଯୁବକ  ଦ୍ୱୟ  ଗାଡି ନେଇ ଘଟଣା ସ୍ଥଳରୁ ପଳେଇଥିଲେ  । ସ୍ଥାନୀୟ ଲୋକମାନେ ଶ୍ରୀ ତ୍ରିପାଠୀଙ୍କୁ ଆତ ଅବସ୍ଥାରେ ଉଦ୍ଧାର କରି ପାଖ କଲ୍ୟାଣପୁର ମେଡିକାଲକୁ ନେଇ ଚିକିତ୍ସା କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts