ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅତାବିରାରେ ବିପୁଳ ସ୍ୱାଗତ
ଅତାବିରା--- ବରଗଡ ଜିଲ୍ଲାର ଅତାବିରାରେ ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରଆଙ୍କୁ ବିଜେଡି କର୍ମୀ ମାନେ ସ୍ୱାଗତ କରିଛନ୍ତି । ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନୋହାଙ୍ଗିନୀଙ୍କ ଉପରେ ଭରଷା ଓ ଆଶା ରଖି ଅଞ୍ଚଳର ଅଧା ରହି ଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଶେଷ କରିବା ପାଇଁ ତାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହି ଅବସରରେ ସମ୍ଭଲପୁରରୁ ଆରମ୍ଭ କରି ଗୋଡଭଗା ଓ ଅତାବିରା ଦୁର୍ଗା ମନ୍ଦିର ଆଗରେବିଜେଡି ଦଳୀୟ କର୍ମୀ ଓ ଜନପ୍ରତିନିଧି ମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏଥିରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଜ୍ଞାପିତ ଅଞ୍ଚଳ, ଭେଡେନ ବ୍ଳକର କର୍ମୀ ମାନେ ଗୋଡଭଗା ଛକରୁ ବାଜ, ବାଜା ବଜାଇ ହାତରେ ଦଳୀୟ ପତକା ଧରି ସ୍ନେହାଙ୍ଗିନୀ ଛୁରିଆ ଜିନ୍ଦାବାଦ , ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଦଳ ଜିନ୍ଦାବାଦ ଆଦି ସ୍ଳୋଗାନ ଦେଇ ଗୋଡଭଗା ଛକରୁ ଏକ ପଠୁଆରରେ ଯାଇ ଅତାବିରାରେ ଥିବା ମା ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମାଙ୍କ ଠାରୁ ଆର୍ଶିବାଦ ପୂର୍ବକ ସୁଚନା ପାଇ ନିର୍ବାଚନ ମଇଦାନକୁ ଓହ୍ଳାଇଥିବା ଜଣାପଡିଛି । ଶେଷରେ ଦଳୀୟ ମଧ୍ୟରେ ଥିବା ବିରୋଧୀ ମାନଙ୍କ ସହିତ ବହୁ ଶିଘ୍ର ଆଲେଚନା କରାଯାଇ ନିର୍ବାଚନ ପ୍ରଚାର କରାଯିବ ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ