Breaking News

ପିପିଲି ବ୍ଳକ ବିଡିଓ ନିଜର ମାନବିକତା ଦେଖାଇ ଏବେ ଚର୍ଚ୍ଚାରେ

ପିପିଲି --- ପିପିଲି ବ୍ଳକରେ ଦୁଇଦିନ ତଳେ ଯୋଗଦେଇଥିବା ବିଡିଓ ଆଦିକନ୍ଦ ବେହେରା ଏକ ଅସହାୟ ବୃଦ୍ଧା ଦମ୍ପତିଙ୍କୁ ନିଜର ମାନବିକତା ଦେଖାଇ ଏବେ ଚର୍ଚ୍ଚାରେ ରହିଛନ୍ତି । ସୁଚନାଯୋଗ୍ୟ ଯେ ପିପିଲି ବ୍ଳକର ଗୋବିନ୍ଦପୁର ପଞ୍ଚାୟତର ବାଉରୀ ବନ୍ଧୁ ମଲ୍ଲିକ ( ୭୨ ) ଇ ତାଙ୍କ ପତ୍ନୀ ସୁଲୋଚନା ବେୱା ( ୬୬) ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ  । ସରକାରୀ ସାହାର୍ଯ୍ୟ କହିଲେ ୧୦ କେଜି ଚାଉଳ ଓ ବାଉରୀଭର୍ତ୍ତା ୩ଶହ ଟଙ୍କା  । ବାଉରୀ ଏକ ସଂଘାତିକ ରୋଗରେ ପଡି ଛଟପଟ ହୋଉଥିବା ଖବର ପାଇଥିଲେ ବିଡିଓ । ଏହି ଖବର ପାଇ ବିଡିଓ ସଙ୍ଗେ ସଙ୍ଗେ ବ୍ଳକର କର୍ମଚାରୀ ଦୀନବନ୍ଧୁ ବେହେରାଙ୍କୁ ବାଉରୀଙ୍କ ଘରକୁ ପଠାଇବା ସହ ବୃଦ୍ଧାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତାଙ୍କର ସମସ୍ତ ଚିକିସô୍ା କରାଇବା ସହ ଓøଷଧ ଓ ଫଳ କିଛି ଦେଇ ଘରେ ଛାଡି ଥିଲେ  । ଏବଂ ବାଉରୀଆ ପାଇବାକୁ ଥିବା ସମସ୍ତ ସରକାରୀ ସାହାର୍ଯ୍ୟ ତୁରନ୍ତ ଯୋଗାଇ ଦିଆଯିବ ବୋଲି ବିଡିଓ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ପ୍ରଶ୍ନ ଉଠୁଛି ଏହା ଆଗରୁ ଥିବା ସରକାରୀ କର୍ମଚାରୀ ମାନେ ବାଉରୀ ବିସୟରେ ଖବର ପାଇଥିଲେ ନା ଆନ୍ତରିକତା ଅଭାବ ଥିଲା  । ଏହି ସାହାର୍ଯ୍ୟ ପାଇଁ ବୃଦ୍ଧ ଦମ୍ପତି ବିଡିଓଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଜୀବନ ଦୀର୍ଘମୟ କାମନା କରିଛନ୍ତି । ଏହି ଖବର ପିପିଲିରେ ପ୍ରକାଶିତ ହେବାପରେ ବର୍ତ୍ତମାନ ଯୋରସୋର ଚର୍ଚ୍ଚା ଧରିଛି  ।
ପିପିଲିରୁ ବିଜୟ ମହାପାତ୍ର

Blog Archive

Popular Posts