Breaking News

ବିରିଆନି ବିକାଳୀଙ୍କୁ ନିର୍ମମ ଭାବେ ହତ୍ୟା

 ଅତାବିରା--- ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ସତିଯୋର ନିକଟରେ ୫୩ନଂ  ସମ୍ଭଲପୁର- ବରଗଡ ଜାତୀୟ ରାଜପଥର ରାସ୍ତା କରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ୍ୟୁ ବରଣ କରିଥିବା ବିରିଆନି ବିକାଳୀଙ୍କ ନାମ ସତ୍ୟ (ବାବି)  ପ୍ରସାଦ ଚୌଧୁରୀ  (୫୪) ବୋଲି ଜଣାପଡିଛି । ମୃତକ ଜଣଙ୍କ ଏକ ଛୋଟ ଦେକାନ କରି ସେଥିରେ ପାନ, ଚା. ଗୁଟୁକା ସହିତ ବିରିଆନି ବିକ୍ରୟ କରି ତାଙ୍କର ପରିବାର ପୋଷଣ କରୁଥିଲେ  । ମାତ୍ର ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ଶୁକ୍ରବାର ଦିନ ସକାଳେ ଏହି ଘଟଣା ଜଣାପଡିବା ପରେ ଖବର ପାଇ ଅତାବିରା ଥାନା ଓ ଗୋଡଭଙ୍ଗା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ୭୬/୧୯ରେ ଏକ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ବରଗଡ ପଠାଇଥିବା ପୋଲିସ ସୁତ୍ରରୁ ପ୍ରକାଶ  । ଶ୍ରୀ ଚୌଧୁରୀଙ୍କୁ କିଏସେ କାହିଁକ ହତ୍ୟା କରିଛି ତାହା ଜଣାପଡି ନଥିଲେ ବି ତାଙ୍କର ମୁଣ୍ଡ ଓ କାନ୍ଦ ପାଖକୁ ମାଡ ମାରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପ ଉତ୍ତେଜନା ଲାଗି ରହିଛି । ଆଗକୁ ସାଧାରଣ ନିର୍ବାଚନ ହୋଇଥିବା ବେଳେ ବିରିଆନି କବିକାଳୀଙ୍କୁ ହତ୍ୟା ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ହୋଇଛି । ବରଗଡ ଏସଡିପିଓ କ୍ଷୀରସାଗର ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି ।
ବରଗଡରୁ ନବୀନ ଦାଶ

Blog Archive

Popular Posts