Breaking News

ଆନ୍ତର୍ଜାତୀୟ ନୃତ୍ୟ ସଂଗୀତ ମହୋତ୍ସବ-୨୦୧୯

ସାକ୍ଷୀଗୋପାଳ----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ସ୍ଥିତ ବୀରଗୋବିନ୍ଦପୁର ନିକଟ ବଡହାଟ  ଓଡିଶୀ ଗୁରୁକୁଳ ପରିସରରେ ଆନ୍ତର୍ଜାତୀୟ ନୃତ୍ୟ ସଂଗୀତ ମହୋତ୍ସବ-୨୦୧୯ ମାର୍ଚ୍ଚ ୩୧ ତାରିକ ରବିବାର ଦିନ ପାଳିତ ହେବାକୁ ଯାଉଛି । ଏହି ଅବସରରେ ଆମର ପରମ୍ପରା ଆମର ଐତିହ୍ୟ ଆମର ଲୋକନୃତ୍ୟ ସଂଗୀତ ଲୁଚିଛପି ଯଉଥିବା ବେଳେ ତାକୁ ଜୀବିତ ରଖିବା ପାଇଁ ରାମହରି ଓଡିଶୀ କୁରୁକୁଳ ଅନୁଷ୍ଠାନ ସବୁ ସମୟରେ ଚେଷ୍ଟିତ କରି ଆସିଛି । ଆନ୍ତର୍ଜାତୀୟ ନୃତ୍ୟ ସଂଗୀତ ମହୋତ୍ସବ ପାଳନ ଅବସରରେ ପାଲା, ଦାସକାଠିଆ ଓ ଧୁଡିକି ନାଚ ପରିବେଷଣ କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts