କାମ ହେବାର ଏକ ସପ୍ତାହ ମଧ୍ୟରେ ପିଚୁ ରାସ୍ତା ଫାଟି ଗଲା ; ନେତା,ଯନ୍ତୀ, ଠିକାଦାର ଲୁଟି ନେଲେ କୋଟି କୋଟି ଟଙ୍କା
ସାକ୍ଷୀଗୋପାଳ-: ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଠାରୁ ନୂଆସନ୍ଥ ଏବଂ ଦଣ୍ଡିପୁର ଠାରୁ ନୂଆସନ୍ଥ ପର୍ଯ୍ୟନ୍ତ ଥିବା ମୁଖ୍ୟ କେନାଲ ବନ୍ଧ ରାସ୍ତା କାମ ଚାଲୁଅଛି।ନୂଆସନ୍ଥ ଠାରୁ ମାଳସାହି ପର୍ଯ୍ୟନ୍ତ କାର୍ଯ୍ଯ ହେବାର ପାଞ୍ଚଦିନ ହୋଇନାହିଁ ପିଚୁ ଦବିଯାଇ ଗାତ ସୃଷ୍ଟି ହେବା ସହ ପିଚ ଫାଟି ଗୋଡ଼ି ଉଠିବା ଆରମ୍ଭ ହୋଇଗଲାଣି। ଏହା ହେଉଛି ବଳଙ୍ଗା ଜଳସେଚନ ବିଭାଗ ଅଧିନରେ ଏହି କେନାଲବନ୍ଧ ରାସ୍ତା ରହିଛି। ବଳଙ୍ଗା ଜଳସେଚନ ବିଭାଗ ଏହି କାମ ଓବିସିସି କାମ ନେଇଛି ଜଳସେଚନ ବିଭାଗ ଠାରୁ । ମାତ୍ର ଓବିସିସି ନିଜେ କାର୍ଯ୍ୟ ନ କରି ଅନ୍ୟ ଏକ ଠିକାଦାରଙ୍କୁ ଉକ୍ତ କାମ ବିକ୍ରୟ କରିଥିବା ଶୁଣିବାକୁ ମିଳୁଛି । ଏଥିରେ ଜଳସେଚନ ଅଧିକାରୀ ଙ୍କ ଠାରୁ ଓବିସିସି ଅଧିକାରୀ ଓ ରାଜନେତାଙ୍କ ହାତ ରହିଥିବା ଆଲୋଚନା ହେଉଛି। ଜଳସମ୍ପଦ ବିଭାଗ ଏହି ରାସ୍ତା ଉପରେ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଗ୍ରାମବାସିନ୍ଦା ମାନେ ଅଭିଯୋଗ କରିଛନ୍ତି।ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ପୁରୀ, ନିମାପଡା, ବଳଙ୍ଗା ଓ ସତ୍ୟବାଦୀ ଯିବା ପାଇଁ ଏହି କେନାଲବନ୍ଧ ଗୋଟାଏ ମୁଖ୍ୟ ରାସ୍ତା ହୋଇଥିଲେ ମଧ୍ୟ ଏଥିରେ ଜଳସେଚନ ବିଭାଗର ଅପାରଗତା ଦେଖିବାକୁ ମିଳିଛି।।ଯନ୍ତ୍ରୀ ଓ ଉପଖଣ୍ଡ ଅଧିକାରୀଙ୍କ ଅନୁପସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା,କଲଭଟ,ଗାର୍ଡଓ୍ବାଲ ଓ ବ୍ରିଜ କାର୍ଯ୍ୟ ଚାଲିଛି। କାର୍ଯ୍ୟର ପ୍ରାକଆକଳନ ,ଇନସିଆଲ ଟେବୁଲ୍ ଓ ଚୂଡାନ୍ତ ମାପ ନେବାରେ ବ୍ୟାପକ ଅନିୟମିତତାକୁ ଯନ୍ତ୍ରୀ ମାନେ ଆପଣେଇ ମାଲାମାଲ ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ ସ୍ଥଳରେ ଯନ୍ତ୍ରୀଙ୍କ ଦେଖା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି। ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ସଂଗ୍ରାମ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ କେନାଲବନ୍ଧ ରାସ୍ତାର ବେରବୋଇ ନିକଟରୁ ବୁଢ଼ାକେରା ପର୍ଯନ୍ତ ୧୦ କି.ମି ରାସ୍ତା କାମ ଚାଲିଛି।ଆମେ ଓସିସିକୁ ଦେଇ ଦେଇଛୁ। ଯନ୍ତ୍ରୀ ଅଜୟ କୁମାର ପ୍ରଧାନଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହନ୍ତି ଆମେ କ'ଣ କରିବୁ କାମ ଓବିସିସି ଆମ ଠାରୁ ନେଇ ଅନ୍ୟ ଏକ ଠିକାଦାରଙ୍କୁ ଦେଖାଦେଇଛି । ଦେଖିବୁ କ'ଣ କରିହେବ ବୋଲି କହିଥିଲେ । ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଓ ସଚିବ ଏଦିଗରେ ଦୃଷ୍ଟି ଦେଇ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣରେ ଦାବି ହେଉଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୫/୨୦୨୫---୮,୫୫ Sakhigopal News,8/5/2025