Breaking News

ସାକ୍ଷୀଗୋପାଳ ମନ୍ଦିରରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର

 ସାକ୍ଷୀଗୋପାଳ --- ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ   ସମ୍ବିତ ପାତ୍ରଙ୍କ ସହିତ ସତ୍ୟବାଦୀ ବିଧାନସଭାର ପ୍ରର୍ଥୀ ଓମ ପ୍ରକାଶ ମିଶ୍ର, ପିପିଲି ବିଧାନସଭା ଆସନର ପ୍ରାର୍ଥୀ ଆଶିତ ପଟ୍ଟନାୟକ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଏକ ରୋଡ ଶୋ କରି ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ  । ଶ୍ରୀ ପାତ୍ରଙ୍କ ସହିତ ଓମ ମିଶ୍ର ସାକ୍ଷୀଗୋପାଳ ମନ୍ଦରକୁ ଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ  । ସେଠାରୁ ଫେରି ଶ୍ରୀ ପାତ୍ର କହିଥିଲେ ପ୍ରଧାନମନ୍ତ୍ରୀ ତଥା ନରେନ୍ଦ୍ର ମୋଦୀ ମତେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ କରିଛନ୍ତି । ତାଙ୍କର ଆଦର୍ଶ ଓ ନୀତି ନିୟମକୁ ନେଇ ମୁଁ ପୁରୀ ଜିଲ୍ଲାର ବିକାଶ କରିବା ପାଇଁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କାମ କରିବି ବୋଲି କହିଛନ୍ତି । ଏହି ଅବସରରେ ସତ୍ୟବାଦୀରେ ବିଜେପି କର୍ମୀ ମାନଙ୍କ ମଧ୍ୟରେ ବେଶ ଆନ୍ଦ ଉଲ୍ଲାସ ଦେଖାଯାଇଥିଲା  ।  ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କରିବା ପରେ ସେ ପୁରୀ ଅଭିମୁଖେ ଯାଇଥିଲେ  । ଶ୍ରୀମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପରେ ଶ୍ରୀ ପାତ୍ର କହିଥିଲେ ଏଥର ନିଶ୍ଚୟ ପୁରୀରେ ବିଜେପି ଜିତିବ, ପୁରୀ ସହରର ନିର୍ବାଚନୀ ପ୍ରସାରର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତିି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts