Breaking News

ଚିଲପାଟଣା ମେଳଣ ଅନୁଷ୍ଠିତ

 ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ସ୍ଥିତ ପରଜାପଡା ର ଚିଲପାଟଣା ଗ୍ରାମରେ ମେଳଣ ଅନୁଷ୍ଠିତ ହୋଇଯାଇଛି  । ମେଳଣର ଥାନାପତି ପରଜାପଡା ଗ୍ରାମର ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ସୁସଜିତ ବିମାନ ପ୍ରଥମେ ମେଳଣ ପଡିଆକୁ ଆସିଥିଲେ  । ମେଳଣ ପଡିଆରେ ଥାନାପତି ପ୍ରଥମେ ଖୁଣ୍ଠଲାଗି ହେବାର ପରମ୍ପରା ରହିଛି  । ଥାନାପତି ମେଳଣ ପଡିଆରେ ଖୁଣ୍ଠଲାଗି ହେବାପରେ  ଚିଲପାଟଣାର ଶ୍ରୀ ଗୋପାଳଜୀୟୁ ଓ ଚନ୍ଦ୍ରଖେର ମହାଦେବଙ୍କ ହରିହର ଭେଟ ପର୍ବ ଅନୁଷ୍ଠିତ ହେବାପରେ ମେଳଣ ପଡିଆକୁ ଆସିଥିଲେ  । ପଣ୍ଡାସାହି ଶ୍ରୀ ଗୋପିନାଥ, ଲକ୍ଷ୍ମୀନାରାୟଣ, ସାରଙ୍ଗଯୋଡି ରାଧାକୃଷ୍ଣ, କଳାପାହଡର ଗୋପୀନାଥ, କଅଁଳପଡାରାଧାକୃଷ୍ଣ ମେଳଣରେ ଭାଗ ନେଇଥିଲେ  । ଖଇ, ଉଖୁଡା, ସାକର, କଦଳୀ, ଚଣା ଆଦି ଭୋଗ ଲାଗି କରାଯାଇଥିଲା  । କୀର୍ତ୍ତନ, ଗୋଟିପୁଅ ନୃତ୍ୟ, ରାମଲୀଳା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ଏହି ଅବସରରେ ମେଳଣ ପଡିଆରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା  ।ଚିଲପାଟଣା ଗ୍ରାମ କୋଠ ତରଫରୁ ମେଳଣ ପରିଚାଳନା କରାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts