୧୯୯୩ ମସିହା ବ୍ୟାଚର ବନ୍ଧୁ ମିଳନ
ସାକ୍ଷୀଗୋପାଳ---- ସାଣ୍ଢାରା ଗ୍ରାମ ପଞ୍ଚାୟତର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୯୯୩ ମସିହା ବ୍ୟାଚର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ପୁଲୱାମାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ପ୍ରାଣ ହରାଇଥିବା ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରତି ମାସରେ ଦଶଟି ଗଛ ଲଗାଇବା ସହ ତାକୁ ବଞ୍ଚାଇବା ପାଇଁ ଶପଥ ନେଇଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତେ ମିଳିମିଶିକି କାର୍ଯ୍ୟ କରିବା ପାଇଁ ଆଲେଚନା କରାଯାଇଥିଲା । ଯଯାତି କେଶରୀ ରାୟ, ପ୍ରତାପ ପ୍ରଧାନ, ଦେବାଶିଷ ବରାଳ, ମମତା ପ୍ରଧାନ, ଶଚୀକାନ୍ତ ବିଶ୍ୱାଳ, କାଳୁ ଚରଣ ମହାରଣା, ଅନାମ ବରାଳ, ଅଭୟ ବିଶ୍ୱାଳ, ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି