Breaking News

ଅତାବିରାରେ ଜଙ୍ଗଲି ହାତୀ ଆତଙ୍କ

ଅତାବିରା-- ବରଗଡ ଜିଲ୍ଲା ଅତାବିରା ବ୍ଳକର ପାହାଡଶ୍ରୀଗୀଡା ଜଙ୍ଗଲରେ ଦୁଇଟି ଜଙ୍ଗଲି ହାତୀ ପଳାଇ ଆସିବା ଯୋଗୁ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ବିଶେଷ କରି ବରଗଡ ଓ ସମ୍ବଲପୁର ଜିଲ୍ଲାର ସୀମା ଅଞ୍ଚଳର ବାବୁବନ୍ଦ, ଯୋଗିପାଲି, ନାକାପଡା, ବଡମାଲ, ଲହଣ୍ଡା, ସିଲେଟ ଆଦି ପଞ୍ଚାୟତରେ ହାତୀ ମାନଙ୍କ ଯୋଗୁ ଜନସାଧାରଣରେ ଭୟର ଆତଙ୍କ ଖେଳି ଯାଇଛି । ଏହି ହାତୀ ପଲ କଦଳୀ ବଗିଚା ଓ ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ପଲଙ୍କୁ ଘଉଡାଇବା ସହ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ଜଣାପଡିଛି ।
ବରଗଡରୁ ନବୀନ ଦାଶ

Blog Archive

Popular Posts