ନାଗସାପ ଉଦ୍ଦାର
ଡେଲାଙ୍ଗ --- ଡେଲାଙ୍ଗ ତାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ପଞ୍ଚୁପଲା ଗ୍ରାମର ପଦ୍ମ ରଞ୍ଜନ ପ୍ରଧାନଙ୍କ ଘରେ ଏକ ଚମ୍ପା ନାଗ ସାପ ପଶିଯାଇଥିଲା । ସାପଟି କାହାରି କିଛି କ୍ଷତି ନ କରିବା ଆଗରୁ ପରିବାର ଲୋକମାନେ ଏହା ଦେଖି ପାରିଥିଲେ । ତେଣୁ ଭୟରେ ସାପ ସାପ ପାଟି କରିଥିଲେ । ତୁରନ୍ତ ବେରବୋଇର ଉଦୟପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା । ସେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ପ୍ରାୟ ୪ ଫୁଟ ଲମ୍ବାର ଚମ୍ପାନାଗଟିକୁ ଧରିଥିଲେ । ଉକ୍ତ ସାପଟିକୁ ସେ ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି