Breaking News

ରେଙ୍ଗଳରେ ଦୋଳମହୋତ୍ସବ ଅନୁଷ୍ଠିତ

 ଡେଲାଙ୍ଗ--- ଜଟଣୀ ନିକଟବର୍ତ୍ତୀ ଗଡରେଙ୍ଗଲ ଗ୍ରାମରେ ଦୋଳ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଗୁରୁବାର ପୂର୍ଣ୍ଣମୀ ଦିନରେ ପ୍ରଭାତରୁ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବ ସୁସଜିତ ବିମାନରେ ଦୋଳ ମଣ୍ଡପ ପରିକ୍ରମା କରିବା ସହ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା  । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋଳ ବେଦୀରେ ଠାକୁର ଦୋଳିରେ ଝୁଲିଥିଲେ  । ଗ୍ରାମ ଓ ଆଖପାଖର ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦୋଳିରେ ଦର୍ଶନ କରିବା ସହ ଫଗୁ ପକାଇ ଭୋଗ କରିଥିଲେ  । ସଂଧ୍ୟାରେ ପଣ୍ଡିତ ପ୍ରଭାକର ଷଡଙ୍ଗୀ ଓ ଦିଲ୍ଲୀପ ନାୟକ ଦୋଳବେଦୀରେ ଠାକୁରଙ୍କୁ ପ୍ରଥମେ ଏ ବର୍ଷର ପାଞ୍ଜି ପାଠ କରି ଭଲମନ୍ଦ ଜଣାଇଥିଲେ  । ପରେ ପରେ ମଣ୍ଡପ ପାଖରେ ତ୍ରିନାଥ ମେଳା ସହ ରାଣୀହାଟ ଗ୍ରାମର ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୟଦେବ ସଙ୍ଗୀତ ଏକାଡେମୀ ଅନୁଷ୍ଠାନ ପକ୍ଷରୁ ଗୁରୁ ଅଜୟ ବିଶ୍ୱାଳ, ସତ୍ୟନ୍ଦ୍ରମହାନ୍ତି, ରବିନ୍ଦ୍ର ମହାନ୍ତିଙ୍କ ସହ ଶିଶୁ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରାଯାଇଥିଲା  । ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗନ୍ଦର୍ବ ବେହେରା ଓ ଯୁଧିଷ୍ଠିର ବେହେରା, ପ୍ରତାପ ପଟ୍ଟନାୟକ, ରବିନ୍ଦ୍ର ଷଡଙ୍ଗୀ ଓ ଯୁବ ସମାଜସେବୀ ମହେନ୍ଦ୍ର ସମାନ୍ତରାୟ ଯୋଗଦେଇ କଣ୍ଠଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ  । ହରି ସ୍ୱାଇଁ, ସୁବାଷ ଷଡଙ୍ଗୀ, ଦୀପକ ପ୍ରଧାନ, ବାବୁନି ଶତପଥୀ ଓ ଧୀରେନ୍ଦ୍ର ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts