ସତ୍ୟବାଦୀ ବିଜେଡି ପ୍ରାର୍ଥୀ ସାକ୍ଷୀଗୋପାଳ ଓ ଦକ୍ଷିଣକାଳୀ ମନ୍ଦିର ଦର୍ଶନ କଲେ
ସାକ୍ଷୀଗୋପାଳ ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେଡି ପ୍ରାର୍ଥୀ ଉମାକାନ୍ତ ସମାନ୍ତରାୟ ଆଜି ଅପରାହ୍ନରେ ସାକ୍ଷୀଗୋପିନାଥ ଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶିବାଦ ନେଇଥିଲେ । ଶତାଧିକ କର୍ମୀ ମାନଙ୍କ ଗହଣରେ ଏକ ମଟର ସାଇକେଲ ଶୋଭାଯାତ୍ରରେ ବଜାର ଦେଇ ବୀରଗୋବନ୍ଦପୁର ଦକ୍ଷିଣକାଳୀ ମନ୍ଦିର ଯାଇ ସେଠାରେ ମଧ୍ୟ ମାଙ୍କୁ ପୂଜାର୍ଚ୍ଚନା କରିଥିବାର ଜଣାପଡିଛି । ଏହି ଶୋଭାଯାତ୍ର ଯିବା ସମୟରେ କର୍ମୀ ମାନେ ବିଜେଡିର ସଫଳତା ଓ ନବୀନ ପଟ୍ଟନାୟକ ଜିନ୍ଦବାଦ ଓ ଉମାଭାଇ ଜିନ୍ଦାବାଦ ପକାଇ ଯାଉଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି