ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହୋଇଥିବା ଦୁର୍ନୀତି ସମ୍ପର୍କେ ଅଭିଯୋଗ ଆଣିଲେ ସମ୍ପାଦକ
ସାକ୍ଷୀଗୋପାଳ ------ସତ୍ୟବାଦୀ ବ୍ଳକ ସ୍ଥିତ ବାସୁକେରା ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ହୋଇଥିବା ଦୁର୍ନୀତି ପଦାକୁ ଆଣିଲେ ଖୋଦ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀପତି ମହାପାତ୍ର । ପୂର୍ବ ପରିଚାଳନା ପରିଷଦର ଜଣେ ସଦସ୍ୟ ୧.୮୩ ହଜାର ଟଙ୍କା ହଡପ କରିଥିଲେ । ନୂତନ ବିଦ୍ୟାଳୟ ପରିଷଦ ଗଠନ ହେବା ପରେ ତାଙ୍କ ଠାରୁ ୪୦ ହଜାର ଅର୍ଥ ଆଦାୟ କରାଯାଇଥିଲା । ଅନ୍ୟ ଅର୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦାୟ କରିବା ପରିବର୍ତ୍ତେ ତାଙ୍କ ସହିତ ହାତ ମିଳାଇ ନିଜର ଦରମା ବୃଦ୍ଧି , ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ପାଦକଙ୍କ ଅଗୋଚରରେ ତାଙ୍କୁ ନିଯୁକ୍ତି ଦିଆଯିବା ସହ ଦରମା ମଧ୍ୟ ଦିଆଯାଉଛି । ସଭାବହି , ନୋଟିସଖାତା, କ୍ୟାସବୁକ, ଭାଉଚର ଇତ୍ୟାଦି ସଠିକ ଭାବେ ସମ୍ପାଦନ ହୋଉନାହିଁ । ବିଧିବ୍ୟବସ୍ଥା ପ୍ରକାରେ ପରିଚାଳନା ପରିଷଦର ବୈଠକ ଡକାଯାଇ ବିବରଣୀ ଲିପିବଦ୍ଧ କରାଯାଉନାହିଁ । ବ୍ୟକ୍ତି ବିଶେଷ ମାନଙ୍କ ଠାରୁ ବିଦ୍ୟାଳୟକୁ ମିଳିଥବା ବସ୍ତୁ ଗୁଡିକ ସଠିକ ଭାବରେ ରଖା ଯାଇନାହିଁ ବା ବିଦ୍ୟାଳୟରେ ଲିପିବଦ୍ଦ କରାଯାଉନାହିଁ । ସିସି ଟିଭି, କମ୍ପ୍ୟୁଟର ସହିତ ଅନ୍ୟ ଜିନିଷ କିଣାରେ ବ୍ୟାପକ ଦୁର୍ନୀତି , କିଣା ଯାଇଥବା ବିଲ , ଭାଉଚର ସଠିକ ନଥିବା ସମ୍ପାଦକ ଶ୍ରୀ ମହାପାତ୍ର ଅଭିଯୋଗ ଆଣିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟରେ ୨୫% ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା ରହିଥିବା ବଳେ ମାତ୍ର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟକୁ ସେମାନଙ୍କ ନାମ ଦିଆଯାଉଛି ମାତ୍ର ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଇଛି । ବିଦ୍ୟାଳୟର ଅବିଭାବକ ବୈଠକ ଡକାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ ଅନେକଥର କୁହାଯାଇଥିଲେ ମଧ୍ୟ ସେମାନେ କରିଥିବା ଦୁର୍ନିତୀ ଧରାପଡି ଯିବା ଭୟରେ ବୈଠକ ଡକାଯାଉନାହିଁ ବୋଲି ଅଭିଯୋଗରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ହୋଇଥିବା ଦୁର୍ନିତୀ ସମ୍ପର୍କରେ ଶିକ୍ଷା ବିକାଶ ସମିତି କର୍ମକର୍ତ୍ତାଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ ଚୁପ ହୋଇ ବସି ରହିଛନ୍ତି । ଏହି ଅଭିଯୋଗ ସମସ୍ତ ପ୍ରମାଣ ଓ ତଥ୍ୟ ବିଦ୍ୟାଳୟ ପରିଚାଳନା ପରିଷଦର ସମ୍ପାଦକଙ୍କ ପାକରେଗଛିତ ରହିଛି ବୋଲି ସେ କହିଛନ୍ତି । ଯଦି କୌଣସି ଅବିଭାବକ ଚାହିଁବେ ସେ ଗୁଡିକ ମଧ୍ୟ ଦେଖି ପାରିବେ ବୋଲି କହିଛନ୍ତି । ଏଣୁ ସମସ୍ତ ଅବିଭାବକ ମାନଙ୍କୁ ସେ ଅନୁରୋଧ କରିଛନ୍ତି ସେମାନଙ୍କ ବକେୟା ଅର୍ଥ ଓ ରି ଆଡିମିଶନ ଅର୍ଥ ଦେବା ପୁର୍ବରୁ ନିହାତୀ ଭାବରେ ଏ ଗୁଡିକ ତଦନ୍ତ କରନ୍ତୁ ଏବଂ ଆପଣଙ୍କ ପିଲା ନାମରେ ସମସ୍ତ ଅର୍ଥ ଛାଡ ଦେଖାଇ ଆପଣଙ୍କ ଠାରୁ ଅର୍ଥ ଆଦାୟ କରାଯାଉନାହିଁତ ତାହା ମଧ୍ୟ ଦେଖିବା ପାଇଁ ସେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଅବିଭାବକ ମାନଙ୍କୁ ଅନୁରୋଧ କରିଛନ୍ତିି । ମାତ୍ର ଏ ସମ୍ପର୍କରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଅଚାର୍ଯ୍ୟ ପ୍ରଫୁଲ କୁମାର ବଡଜେନାଙ୍କୁ ତାଙ୍କ ନାମରେ ହୋଇଥିବା ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହନ୍ତି । ଯାହାକିଛି କରାଯାଇଛି ବିଦ୍ୟାଳୟ ପରିଚାଳନା ପରିଷଦର ସହମତିରେ କରାଯାଇଛି ବୋଲି ସଫେଇ ଦେଇଥିଲେ ମାତ୍ର କେତେକ ତଥ୍ୟ ଦେଖିବା ପାଇଁ ମାଗିବାରୁ ମନା କରି ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି