ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ଡେଲାଙ୍ଗ ----- ଡେଲାଙ୍ଗ ଓ ପିପିଲି ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ପିପିଲି ବ୍ଳକ ପରିସରରେ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ସମୀକ୍ଷାରେ ଡେଲାଙ୍ଗ, ପିପିଲି ବ୍ଳକର ଅଧିକାରୀ ଓ ସମସ୍ତ ସେକ୍ଟର ଅଫିସର ମାନେ ଯୋଗଦେଇଥିଲେ । ବିଶେଷ କରି ଦୁଇ ବ୍ଳକରେ ଥିବା ଉତ୍ତେଜନା ପୂର୍ଣ୍ଣ ବୁଥ ସମ୍ପର୍କରେ ଅଧିକାରୀ ମାନଙ୍କ ସହ ବିସ୍ତୁତ ଆଲେଚନା କରାଯାଇଥିଲା । ସମସ୍ତ ବୁଥ ଗୁଡିକରେ ପାନୀୟଜଳ, ବିଦ୍ୟୁତ ସେବା, ବିଶ୍ରାମଗାର, ଶୌଚାଳୟ ସହିତ ଭୋଟ ଗ୍ରହଣ ସମୟରେ ଅବଶ୍ୟକତା ଅନୁଯାୟୀ ଟେବୁଲ ଚେୟାର ସେଠାରେ ଯେପରି ମହଜୁଦ ରହିଥିବ ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ତହସିଲଦାର ଆଶିଷ କୁମାର ଜେନା, ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ, ପିପିଲି ବିଡିଓ ଆଦିକନ୍ଦ ବେହେରା ଓ ଡେଲାଙ୍ଗ ବିଡିଓ କ୍ଷୀରୋଦ ପ୍ରଧାନ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଂଜନ ପଟ୍ଟନାୟକ, ବଳଙ୍ଗା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଅତିରିକ୍ତ ତହସିଲଦାର ଧୋବୋଇ ନାୟକ, ସମରୌନ୍ଦ୍ର ଭୂତିଆ , ଡେଲାଙ୍ଗ ବ୍ଳକ ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ, ପିପିଲି ବ୍ଳକର ଜିପିଓ ଦୀପକ କୁମାର ଜେନା ବ୍ଳକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡା ଓ ବିଦ୍ୟୁତ ବିଭାଗର ଅଧିକାରୀ ଓ ସେକ୍ଟର ଅଧିକାରୀ ମାନେ ଏହି ବୈଠକରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି