Breaking News

ଜାତୀୟ ରାଜପଥ କରରେ ଲାଗିଛି ମାଓ ପୋଷ୍ଟର

କନ୍ଧମାଳ-- ବାଲିଗୁଡା  ଜାତୀୟ ରାଜପଥନଂ-୫୯ର ଦାରଙ୍ଗିବାଡି ଥାନା ଅଞ୍ଚଳର କନ୍ଦିବନ୍ଦା ଛକ ନିକଟରେ ସିପିଆଇ ମାଓବାଦି ପୋଷ୍ଟର ଲାଗିଛି ।  ଏହି ପୋଷ୍ଟରରେ ସାଧାରଣ ନିର୍ବାଚନ ବର୍ଜନ କରିବା ସହ ରାଜନେତା ମାନଙ୍କୁ ବିରୋଧ କରିବା ପାଇଁ ପାଇଁ  ଜନସାଧାରଣଙ୍କୁ ସେମାନେ ନିବେଦନ କରିଛନ୍ତି । ଯାହାକି ମାଓ ପ୍ରବଣ ଅଞ୍ଚଳ ମାନଙ୍କରେ ଏହି ପୋଷ୍ଟର ଦେଖି ଲୋକମାନେ ଭୟଭୀତ ହୋଇଯାଇଥିବା ଜଣାପଡିଛି । ପୋଲିସ ଏହି ପୋଷ୍ଟର ଗୁଡିକ ନେଇଯିବା ସହ ଏହି ପୋଷ୍ଟର ଉପରେ ସତ୍ୟାସତ୍ୟ ତଦନ୍ତ ଜାରି ରଖିଛି । ଜନସାଧାରଣଙ୍କୁ ଏଥିପ୍ରତି ଭୟଭୀତ ନ ହେବାକୁ କୁହାଯାଇଛି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts