Breaking News

ବିଜେଡି , ବିଜେପି ବରଗଡ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ ନାମାଙ୍କନ ପତ୍ର ଦାଖଲ କଲେ

ବରଗଡ--- ବରଗଡ ଜିଲ୍ଲାର ବିଜେଡିର ହେବିୱାଟେ ନେତା ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର କର୍ମୀ ମାନଙ୍କୁ ସହ ଏକ ଶୋଭାଯାତ୍ରାରେ ଆସି ବରଗଡ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଇନ୍ଦ୍ରମଣି  ତ୍ରିପାଠୀଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ସୋମବାର ଦିନ ଦାଖଲ କରିଛନ୍ତି । ମାତ୍ର ସେହି ସମୟରେ ବିଜେପିର ଲୋକସଭା ଆସନର ପ୍ରାର୍ଥୀ ହେବିୱଟୋ ନେତା ସୁରେଶ ପୂଜାରୀ ନାମଙ୍କନ ପତ୍ର ଦାଖଲ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନିଜର ସମର୍ଥକ ମାନଙ୍କ ସହ ପହଞ୍ଚିଥିଲେ  । ସେଠାରେ ବରଗଡ ବିଜେଡି ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ତଥା କାକା ବିଜେଡିର ଲୋକସଭା ଆସନର ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦେଖି ସୁୁୁରେଶ ପୂଜାରୀ ବନ୍ଦୁତ୍ୱପୂର୍ଣ୍ଣ ଭାବେ କେଳାକୋଳି ହୋଇଥିଲେ  । ଏହା ଦେଖି ଦୁଇ ଦଳର କର୍ମୀ ମାନେ ଆବାକ ହୋଇଯାଇଥିଲେ  । 
ବରଗଡରୁ ନବୀନ ଦାଶ

Blog Archive

Popular Posts