Breaking News

ଡେଲାଙ୍ଗରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ

ଡେଲାଙ୍ଗ ---  ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଶ୍ରୀ ଶ୍ରୀ ପଶ୍ଚିମଶମ୍ଭୁ ଦେବଙ୍କ ମନ୍ଦିର ପ୍ରାଙ୍ଗଣରୁ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକର ଡେପୁଟି ମେୟର ସରୋଜିନୀ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ  । ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେଉଁ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନ ଦେଖିଥଲେ ତାଙ୍କର ସୁପୁତ୍ରତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ତାହା ପୂର୍ଣ୍ଣ କରିଛନ୍ତି । ମହିଳା ମାନଙ୍କ ପାଇଁ ସବୁକ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରି ଏକ ଇତିହାସ ରଚନା କରିଛନ୍ତି । ଏବେ ପିୟ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ହାତରେ ନିର୍ବାଚନ ପରିଚାଳନା ଦାୟତ୍ୱ ଟେକି ଦେଇଛନ୍ତି । ଏଣୁ ଗ୍ରାମଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମହିଳା ମା ମାନେ ଏହି ଦାୟତ୍ୱ ବହନ କରି ସମସ୍ତ ପରିବାର ପାଖରେଘରେ ଘରେ  ଶଙ୍ଖ କାର୍ଯ୍ୟକ୍ରମ ପହଞ୍ଚାଇ ମହିଳା ଭୋଟର ମାନଙ୍କୁ ସଚେତନତା କରାଇବାକୁ ପଡିବ ବୋଲି ସରୋଜିନୀ କହିଥିଲେ  । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ବ୍ଳକର ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ତଥା ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଅଧ୍ୟକ୍ଷତା କରିଥିଲେ  । ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତାଙ୍କ ହାତ ମୁଠାକୁ ମଜବୁତ କରିବା ସହ ତାଙ୍କ ସହିତ ସାମିଲ ହେବାକୁ ଆଲେଚନା କରାଯାଇଥିଲା  । ଏହି ଅବସରରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଅନୁଷ୍ଠିତ ଫର୍ମରେ ଲୋକମାନଙ୍କର ମତାମତ ସଂଗ୍ରହ କରାଯାଇ ସେମାନଙ୍କ ଠାରୁ ସ୍ୱାକ୍ଷର ନିଆଯାଇଥିଲା  । ରାଜ୍ୟ ସରକାର  କରିଥିବା ଜନହିତକର ଯୋଜନା ଠିକ ଅଛିକି ନାହିଁ ବା ଅନ୍ୟ କିଛି ଯୋଜନା କରାଯିବାର  ଆବଶ୍ୟକତା ରହିଛି ତା ଉପରେ ମତାମତ ନିଆଯାଉଥିଲା । ସେହିପରି କେନ୍ଦ୍ର ସରକାର ଓଡିଶା ପ୍ରତି ଅବହେଳା କରିଥିବା ପ୍ରତିବାଦରେ ମଧ୍ୟ ମତାମତ ସଂଗ୍ରହ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମଳୟ କୁମାର ମହାନ୍ତି  ଓ ମିଶନ ଶକ୍ତି ମହିଳା ସଂଘର ସଭାନେତ୍ରୀ  ବିଦୁଲତା ସ୍ୱାଇଁ,  ସଭ୍ୟା ପ୍ରତିମା ମହାନ୍ତି, ବନିତା ଦାସ, ସ୍ୱର୍ଣ୍ଣମୟୀ ଜେନା, ରୁନା ନନ୍ଦ, ମିନାକ୍ଷୀ ପ୍ରଧାନ, ଅଭିଷ୍ପା ପିୟଦର୍ଶନୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts