କେନ୍ଦ୍ରୀୟ ବିଦ୍ୟୁତ ଅର୍ଥ ଲୁଟ ; ଲୁଟ କରି ଚାଲିଛନ୍ତି ଏଲଆଣ୍ଡଟି କମ୍ପାନୀ ଓ ବିଦ୍ୟୁତ ବିଭାଗର ପଦାଧିକାରୀ
ବରଗଡ-- ବରଗଡ ଜିଲ୍ଲାର ଏନଏସି ସମେତ ତିନୋଟି ଏନଏସି ତଥା ଅତାବିରା, ବରପାଲି ଓ ପଦ୍ମପୁରର ବିଦ୍ୟୁତର ଉନ୍ନତି କରଣ ତଥା ନବୀକରଣ ପାଇଁ ୨୫ କୋଟି ଟଙ୍କା ଅର୍ଥ କେନ୍ଦୀୟ ଅର୍ଥ ମଞ୍ଜୁର କରାଯାଇଛି । ଏହି ଆଇ.ପି.ଡି.ଏସ କାମକୁ ଏଲଆଣ୍ଡଟି କମ୍ପାନୀ ଠିକାସଂସ୍ଥା ନେଇଛି । ବିଦ୍ୟୁତ ବିଭାଗ ଓ ଠିକା ସଂସ୍ଥାର ଅଧିକାରୀ ମାନଙ୍କର ମନ ମୁନାବକ କାର୍ଯ୍ୟ କରୁଛି । ତାହା ପୁଣି ଅତି ନିମ୍ନ ମାନର ବୋଲି ଜଣସାଧାରଣରେ ଦାବୀ ହେଉଛି । ବିଦ୍ୟୁତ ବିଭାଗର ଅଧିକାରୀ ଓ ଠିକାସଂସ୍ଥାର ଅଧିକାରୀ ମାନେ ସାଲିସ ହୋଇ ଅର୍ଥ ହଡପ କରୁଥିବା ଅଭିଯୋଗ ମାନ ହେଉଛି । ସୁଚନାଯୋଗ୍ୟ ଯେ ଏନଏସିର କାମକୁ ଗ୍ରାମଞ୍ଚଳରେ ନିମ୍ନ ମାନର କରି ଦେଇ ଅର୍ଥ ହଡପ ହେଉଥିବା ଅଭିଯୋଗ ମାନ ହେଉଛି । ୧୨ଟି ୱାର୍ଡ ତଥା ୨ଟି ପଞ୍ଚାୟତ କୁ ନେଇ ଅତାବିରା ଏନଏସି ଗଠିତ । ଉକ୍ତ ଅଞ୍ଚଳର ବିଦ୍ୟୁତର ନବୀକରଣ ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ବରଗଡ ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀ ବିଭୁତି ଭୁଷଣ ଶତପଥିଙ୍କ ଠାରୁ ସୁଚନା ମିଳିଛି । ଏହି କାମ ଅତାବିରା ବିଦ୍ୟୁତ ବିଭାଗର ଏସଡିଓ ଓ ଜେଇଙ୍କ ଅଜ୍ଞାତ ସାରରେ ଏହି କାମ ଚାଲିଥିଲା ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଏହି କାମ ସମ୍ପର୍କରେ ବିଭାଗୀୟ ଏସଡିଓ ବିଜୟ ବେହେରାଙ୍କୁ ପଚାରିବାରୁ ତାଙ୍କ ପାଖରେ ଉକ୍ତ କାମର କୌଣସି ତଥ୍ୟ ନାହିଁ ବା ହିସାବ ନାହିଁ ବୋଲି କହିଥିଲେ । ବଡ ଆଚାର୍ଯ୍ୟର କଥା ଅର୍ଥ ଆସିଛି ଗୋଟିଏ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଉଛି ଅନ୍ୟ ଏକ ପ୍ରକଳ୍ପରେ । ଏଥିରୁ ପ୍ରମାଣିତ ହେଉଛି ଯେ ବରଗଡ ଜିଲ୍ଲାରେ ର୍ଦୁନୀତି ନିବାରଣ ଠାରୁ ଜିଲ୍ଲା ପ୍ରଶାସନ କଣ ପାଇଁ ଚୁପ ରହିଛନ୍ତି ତାହା ଅତାବିରା ଜଣସାଧାରଣ ବିସ୍ମୟ ପ୍ରକାଶ କରିଛନ୍ତି । ବିଦ୍ୟୁତ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଏଲଆଣ୍ଡଟି କମ୍ପାନୀର କର୍ମଚାରୀଙ୍କ ସହ ଏନଏସି ବିଭାଗର କର୍ମଚାରୀଙ୍କ ସାଲିସରେ ଅର୍ଥ ଅରିଲୁଟ ଚାଲିଛି ବୋଲି ଅଭିଯୋଗ ମାନ ହେଉଛି । ୨୦୧୮ ମସିହାରେ ଜାତୀୟ ରାଜପଥ ଉପରେ ରେଙ୍ଗାଲି କ୍ୟମ୍ପାର ବିଦ୍ୟୁତ ବିଭାଗର ଜେଇ ମାନସ ମହାପାତ୍ର ବେଆଇନ ଭାବରେ ରୋଡ ଡିଆଁଇ ବିଦ୍ୟୁତ ତାର ନେଇ ଅର୍ଥ ଲୁଟ କରିବା ପରେ ଧରାପଡିଯିବା ଭୟରେ ଏଠାରୁ ବଦଳି ହୋଇଯାଇଛନ୍ତି । ଏ ବିସୟରେ କିଛି ଖବରଦାତା ପଚାରିବାରୁ ବିଭାଗୀୟ ଅଧିକାରୀ ମାନେ ହଡବଡେଇ ଯାଇ ତୁରନ୍ତ ସେଠାରେ ଲୁହା ଖୁଣ୍ଠ ପୋତିବା ସହ ସରୁ କେବୁଲ ଲଗାଯାଇଥିଲା । ମାତ୍ର ଅଭିଯୋଗ ପୁଣି ହେବାପରେ ପୁଣି ଠିକାଦାର ସଂସ୍ଥା ଲୁହାଖୁଣ୍ଠ ଓପାଡି ତା ଯାଗାରେ ସିମେଣ୍ଟ ଖୁଣ୍ଠ ପୋତି ମୋଟାର କେବୁଲ ଗଲାଯାଇଥିଲା । ଏ ବିସୟରେ ବିଭାୀୟ ଏସଡିଓ ଶ୍ରୀ ବେହେରାଙ୍କୁ ପଚାରିବାରୁ ଖୁଣ୍ଠ ବଦାଳଛି କିଏସେ କ’ଣ ପାଇଁ ପଚାରିବାରୁ ସେ କହିଥିଲେ କାମ ବିସୟରେ ଆମ ପାଖରେ କୌଣସି ସୁଚନା ନାହିଁ । ଖୁଣ୍ଠ ଯିଏ ପୋତି ଥିଲା ସିଏ ଓପାଡିଛି ବୋଲି କହିଥିଲେ । ୮୦ ଭାଗ କାମ ସରିଗଲାଣି ବୋଲି ଖବର ଆମ ପାଇଛୁ ମାତ୍ର କ’ଣ କ’ଣ କାମ ହେଇଛି ଏବଂ ଏହାର ସ୍ଥାୟତ୍ୱ କେତେଦିନ ସେ ସମ୍ପର୍କରେ ଆମ ପାଖରେ କୌଣସି ସୁଚନା ନାହିଁ ବୋଲି ବିଦ୍ୟୁତ ବିଭାଗର ଏସଡିଓ କହିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟ ବିସୟରେ ଲିଖି୍ତ ଆକାରରେ ଦେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଜଣାପଡିଛି । ଅନ୍ୟ ପକ୍ଷେ ଠିକାଦାର ଦ୍ୱାରା କରାଯାଇଥିବା କାମ ମଧ୍ୟରେ ବିଦ୍ୟୁତ ଖୁଣ୍ଠ ଗୁଡିକ ସଠିକ ଭାବରେ ପୋତା ଯାଇନାହିଁ, ଖୁଣ୍ଠ ଗୁଡିକରେ ହୁକ ଲାଗାଯାଇନାହିଁ ଲୁହାଖୁଣ୍ଠରେ କେବୁଲ ତାର ଗୁଡାଇ ନିଆଯାଇଛି । ଯାହାକି ଖରାଦିନରେ ତାହା ତରଳିକି ଖୁଣ୍ଠରେ ଲାଗିବାର ସମ୍ବାବନାକୁ ଏଡାଇ ହେବନାହିଁ ବୋଲି ଲୋକମାନେ କହୁଛନ୍ତି । ସେହିପରି ପୁରୁଣା ଖୁଣ୍ଠ ଗୁଡିକ କଡାଯାଉନାହିଁ । କେତେକ ଯାଗାରେ ବିଦ୍ୟୁତ କୁଣ୍ଡର ଟଣକା ବନ୍ଦା ଯାଇଛି ଗଛରେ । ଇଏ ହୋଉଛି ଏଲଆଣ୍ଡଟି କମ୍ପାନୀ ଓ ବିଦ୍ୟୁତ ବିଭାଗର ନୂତନ ନିୟମ । କିଏ କାହାକୁ ସୁରକ୍ଷା ଦେବ ତାହା ଏବେ ପ୍ରଶ୍ନ ବାଚୀ ହୋଇପଡିଛି । ଏହି କାମ ୨୦୨୦ ମସିହାରେ ସରିବାର ଥିବା ବେଳେ ନୂତନ ଭାବରେ ଲାଗିଥିବା ଲୁହା ପୋଲ ଗୁଡିକ ଏବେ କଳଙ୍କି ଲାଗି କଣା ହେବା ଆରମ୍ଭ ହୋଇ ଗଲାଣି । କମ୍ପାନୀର କାମ ସରିବା ବେଳେକୁ ଲୁହାଖୁଣ୍ଠ ଗୁଡିକ ନଷ୍ଟ ହୋଇଯାଇଥିବ ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ଜନସାଧାରଣ ବିଭିନ୍ନ ଗଣପ୍ରତିନିଧି ମାନଙ୍କୁ ଏ ବିସୟରେ ଅବଗତ କରିବା ପରେ ବିଭାଗୀୟ ଅଧିକାରୀଙ୍କୁ କେତେ କାମ ହୋଇଛି କେତେ ଟଙ୍କା ଖର୍ଚ୍ଚ ସରିଛି ଆଇ କେତେ ଟଙ୍କା ରହିଛି ତାର ତଥ୍ୟ ମାଗିବାରୁ ଏକ ସପ୍ତାହ ମଧ୍ୟରେ ଦିଆଯିବ ବୋଲି କହିଥିଲେ ମଧ୍ୟ ଏକମାସ ହେବ କୌଣସି ତଥ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ଦିଆଗଲାନାହିଁ । ସେହିପରି କେତେକ ଯାଗାରେ ଅଧା କାମ କରି ଠିକାସଂସ୍ଥା ପଳାଇ ଆସିଛି ଗ୍ରାମବାସୀଙ୍କୁ କହିଛନ୍ତି ଆମେ ଆସିଲେ କରିବୁ । ମାତ୍ର ଏହା ମଧ୍ୟରେ ମାସ ମାସ ବିତ୍ତିଯାଇଥିଲେ ମଧ୍ୟ ସେମାନଙ୍କ କାମ ହୋଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏତେ ବଡ କାମ ଏଲଆଣ୍ଡଟି କମ୍ପାନୀ ନେଇଥବା ବେଳେ ଜଣେ ସୁପରଭାଇଜରଙ୍କ ହାତରେ ଛାଡି ଦେଇ କିପରି କମ୍ପାନୀ କାର୍ଯ୍ୟ କରୁଛି ତାହା ଅତାବିରା ଜନସାଧାରଣରେ ବେଶ ଆଲେଚନାର ବିସୟ ବସ୍ତୁ ହୋଇପଡିଛି । ତୁରନ୍ତ ଜିଲ୍ଲାପାଳ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ କରିବା ପାଇଁ ଜନସାଧାରଣରେ ଦାବୀ ହେବା ସହ ଆଗାମୀ ଦିନରେ ଏହାକୁ ନେଇ ନିର୍ବାଚନ ଉପରେ ବୋଝ ଲଦି ହେବ ବୋଲି ଜଣାପଡିଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ