ଟାୱାରକୁ ଅନାଇ ମନ ବୁଝାଉଛନ୍ତି ଦୁଇଟି ଗ୍ରାମବାସୀ
କନ୍ଧମାଳ ---- ଏବେ ବି ଓଡିଶାରେ ଗ୍ରାମ ଅଛି ଯେଉଁଠିକି ସାଧାରଣ ମୌଳିକ ସେବାରୁ ବଞ୍ଚିତ । ଆଜିର ବିଜ୍ଞାନ ଯୁଗରେ ଚନ୍ଦ୍ରପୁଷ୍ଠରେ ଲୋକ ଘର କରି ରହିବା ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ମୋବାଇଲି ସେବା ବା ଡିଜିଟାଲ ଇଣ୍ଡିଆ ସେବା ଯୋଗାଇ ଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ନିଜର ସଫଳତା ବଖାଣୁଛନ୍ତି । ୨୦୧୯ରେ ଏପରି ଏକ ଗ୍ରାମ ଅଛ ିଯେଉଁଠିକି ସେମାନେ ଆଜି ପର୍ଯ୍ୟନ୍ତ ମୋବାଇଲି ସେବାରୁ ବଞ୍ଚିତ । ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକର ସିନ୍ଦ୍ରୀଗାଁ ଓ କୁଟିକିଆ ଗ୍ରାମା ପ୍ରାୟ ୫ହଜାର ଲୋକ ଏହି ସେବାରୁ ଏବେବି ବଞ୍ଚିତ ଅଛନ୍ତି । ବହୁ ଦାବୀ ପରେ ସେମାନଙ୍କ ମନ ବୁଝିବା ପାଇଁ ଅନେକ ଟାୱାର କାମ ଆରମ୍ଭ ହୋଇଥିଲା । ଗ୍ରାମବାସୀ ମାନେ ଭାରି ଖୁସି ହୋଇଥିଲେ ବହୁ ଶ୍ରିଗ୍ର ସେମାନଙ୍କର ଦୁଃଖ ଅନ୍ତ ଘଟିଲା ବୋଲି । ଏହା ମଧ୍ୟରେ ପ୍ରାୟ ୭ ମାସ ଗତ କରିଯାଇଥିଲେ ମଧ୍ୟ ସେହିପରି ଟାୱାର ଠିଆ ହୋଇ ରହିଛି । ସଂଯୋଗ କରାଯାଉନାହିଁ ବା କାର୍ଯ୍ୟ କରାଯାଉନାହିଁ । ଅନ୍ୟ ପକ୍ଷେ ଏହି ଗ୍ରାମରେ କାହାର ଯଦି କୌଣସି ଦୁର୍ଘଟଣା ଘଟେ ତାହେଲେ ୧୦୮, ଅଗ୍ନିଶମ , ି ଆଦି ଜରୁରୀ ସେବାରୁ ବଞ୍ଚିତ । ଏମାନେ ଘର ଠାରୁ ପ୍ରାୟ ୧୦ କିଲୋମିଟର ରାସ୍ତା ପାର ହୋଇ ଆସିଲେ ମୋବାଇଲି ସେବା ପାଉଛନ୍ତି । ଗ୍ରାମରେ ପିଲା ମାନେ ଶିକ୍ଷା ଲାଭ କରିବା ଠାରୁ ବାହାରେ ବ୍ୟବସାୟ ଚାକିରି କରିଛନ୍ତି । କିଛି ସୁବିଧା ଅସୁବିଧା ହେଲେ ତୁରନ୍ତ ଘରକୁ ଖବର ଦେଇ ପାରୁନାହାନ୍ତି ବୋଲି ଯୁବକ ମାନେ ମନ ଦୁଖରେ କହନ୍ତି । ଭୋଟ ସମୟ ଆସିଲେ ବିଭିନ୍ନ ଦଳ ପକ୍ଷରୁ ଏଥର ମୁଁ ଜିତିଲେ ତୁମ କଥା ବୁଝା ହେବ ମାତ୍ର ଜିତିଗଲା ପରେ ଯେ ଯାହା ବାଟରେ ରହିଯାଉଛନ୍ତି । ଏବେ ଗ୍ରାମରେ ନେତାମାନେ ଭୋଟ ପ୍ରଚାର କରିବା ପାଇଁ ଆସିଲେ ଗ୍ରାମବାସୀ ମାନେ ସେମାନଙ୍କୁ ଗ୍ରାମକୁ ପବେଶ କରିବାରେ ବିରୋଧ କରିବେ ବୋଲି ଜଣାପଡିଛି । ସରକାରଙ୍କ ଡିଜିଟାଲ ଇଣ୍ଡିଆ ଗଲା କୁଆଡେ ତାର ଉତ୍ତର ଅପେକ୍ଷାରେ ରହିଥିବା ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା