Breaking News

ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ; ୧୧ଟି ଛେଳି ଜଳିଗଲେ

 ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକର ଜାଙ୍ଗେଡ ଗ୍ରାମ ପଞ୍ଚାୟତର ହଳଦୀଟିକ୍ରା ଆନ୍ଦ୍ର ପଡାରେ ଗୁରୁବାର ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୧୧ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ସୁରେଶ ସାହୁ ଜଣେ ଦିନ ମଜୁରିଆ  । ୫୦ ହଜାର ଟଙ୍କା ଋଣ କରି  ଛେଳି ଚାଷ କରିବା ସହ ନିଜ ପରିବାର ପେଟ ପୋଷୁଥିଲେ  ।  ସବୁଦିନ ପରି ସୁରେଶ ଛେଳି ଚରାଇ ସଂଧ୍ୟାରେ  ଘରକୁ ଫେରିଥିଲେ  । ଛେଳି ମାନଙ୍କୁ ଏକ କାଠ କ୍ୟାବିନ ମଧ୍ୟରେ ଗୁହାଳ କରି ରଖିଥିଲା  ।  କାଠ କ୍ୟାବିନ ପାଖରେ ଏକ ବିଦ୍ୟୁତ ଖୁଣ୍ଠ ଅଛି । ଗୁରୁବାର ବିଳମ୍ବିତ ରାତିରେ କାଳବୈଶାଖୀ ହେବାରୁ ବିଦ୍ୟୁତ ଖୁଣ୍ଠରୁ ଯାଇଥିବା ସର୍ଭିସ ତାରରୁ ନିଆଁ ଝୁଲ କାଠ କ୍ୟାବିନ ଉପରେ ପଡିବାରୁ କ୍ୟାବିନଟି ଜଳିଥିଲା  । କ୍ୟାବିନ ମଧ୍ୟରେ ଥିବା ୧୧ଟି ଛେଳି ମଧ୍ୟରୁ ଦୁଇଟି ଛେଳି ସମ୍ପର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ଅନ୍ୟ ୯ ଟ ିଛେଳି ଅଧା ଦର ପୋଡା ହୋଇ ମରି ଯାଇଛନ୍ତି । ମାତ୍ର ଛେଳି ମାନଙ୍କର ଭେଁ ବୋବାଳି ଶଦ୍ଧରେ ପାଖ ପଡୋଶୀ ଉଠି ଯାଇଥିଲେ  । ସେତେ ବେଳେକୁ କ୍ୟାବିନ ହୁତୁ ହୁତୁ ହୋଇ ଜଳୁଛି । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା  । ଯାହା ଫଳରେକି ଏକ ବଡଧରଣର ଅଗ୍ନିକାଣ୍ଡରୁ  ଆନ୍ଦ୍ରପଡା ଗ୍ରାମବାସୀ ରକ୍ଷା ପାଇଗଲେ ବୋଲି ଆଲେଚନା ହେଉଛି । ମରି ଯାଇଥିବା ଛେଳି ଗୁଡିକର ମୂଲ୍ୟ ପ୍ରାୟ ୭୦ ରୁ୯୦ ହଜାରଟଙ୍କା ହେବ ବୋଲି ସୁରେଶ କହନ୍ତି ।  ସୁରେଶ ଅନ୍ନପୂର୍ଣ୍ଣା ଗ୍ରୁଫରୁ ୩୦ ହଜାର ଓ ଏଚଡିଏଫସି ବ୍ୟାଙ୍କରୁ ଋଣ ଆଣିଥିଲେ ଏବଂ କିଛି କିଛି  ଅର୍ଥ ବି ସୁଝିଛନ୍ତି  । ମାତ୍ର ଦଇବ ସହିଲା ନାହିଁ  । ସୁରେଶ ଗରିବ ଓ ଦିନ ମଜୁରିଆ ଏଣୁ ଋଣ କରି ଉପରକୁ ଉଠିଯିବ ଭାବି ବେଧେ ଦଇବ ସହିଲା ନାହିଁ ତାର ସମସ୍ତ ପରିଶ୍ରମ ଜଳି ପୋଡି ପାଉଁଶ କରିଦେଇଛି ଦଇବ ବୋଲି ପଡାରେ ଆଲେଚନା ହେଉଛି ।  ରାଜସ୍ୱ ନୀରିକ୍ଷକ, ପଶୁ ଡାକ୍ତର, ବ୍ଳକ ଅଧିକାରୀ ଓ ଋଣ ଦେଇଥିବା ସଂସ୍ଥାକୁ ଏ ସମ୍ପର୍କରେ ସୁରେଶ ଜଣାଇ ଦେଇଛି । ତୁରନ୍ତ କ୍ଷତି ପୁରଣ ଦେବା ପାଇଁ ଜନସାଧାରଣରେ ଦାବି କରାଯାଇଛି  ।
ବରଗଡରୁ ନବୀନ ଦାଶ

Blog Archive

Popular Posts