ସିଦ୍ଧାର୍ଥ ପବ୍ଲିକ ବିଦ୍ୟାଳୟର ବାର୍ଷିକଉତ୍ସବ
ଅତାବିରା--- ବରଗଡ ଜିଲ୍ଲାର କୋଶଳ ଆନ୍ଦ୍ର ଆନନ୍ଦ କଲ୍ୟାଣ ମଣ୍ଡପ ପରିସରରେ ଅତାବିରା ସିଦ୍ଦାର୍ଥ ପବ୍ଲିକ ବିଦ୍ୟାଳୟର ବାଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଯୁକ୍ତା ମିଶ୍ର ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତାବିରା କଲେଜର ଅଧ୍ୟାପକ ଅଶ୍ୱିନୀ କୁମାର ପ୍ରଧାନ ଯୋଗଦେଇ ପିଲା ମାନଙ୍କୁ ଆଜିର ଦିନରେ ପ୍ରତିଯୋଗିତା ମୂଳକ ଭାବେ ଶିକ୍ଷା କରିବା ପାଇଁ ପଡିବ । ସେଥିପାଇଁ ସମସ୍ତ ପିଲା ମାନଙ୍କ ସହିତ ମା ଓ ବାପା ମାନେ ସହଯୋଗ ରହିବା ଦରକାର ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ସଭାପତି ଭି.ଶ୍ରୀ ନିବାସ ରାଓ, ବିଦ୍ୟାଳୟର ସମ୍ପାଦକ ଜି. ଶ୍ରୀ ନିବାସ ରାଓ , ବିଦ୍ୟାଳୟର ପ୍ରିନିସିପାଲ ଉଦ୍ଧ୍ୱବ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅବିଭାବକ, ଅବିଭାବିକା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁନାମ ଅଜନ କରିଥିବାରୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ବାରିକ, ବନ୍ଦନା ବାଙ୍କା, ରିତୁ ମେହେର, ପମି ରଣା, ଦିବ୍ୟ ଭୋଇ, ହାସ୍ୟମୟୀ ପ୍ରଧାନ, ଶିଖା ଭୋଇ, ଗୌରୀ ତିୱାରୀ, ଉଦ୍ଦବ ଭୋଇ, ସିଏଚ କିରଣଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ର. କର୍ମଚାରୀ ଅବିଭାବକ ଓ ଅବିଭାବିକା ମାନେ ଉପସ୍ଥିତ ରହି ବିଦ୍ୟାଳୟର ବାଷିକ ଉତ୍ସବକୁ ସଫଳ କରିଥିଲେ । ବେବି ରାଏ ବିଦ୍ୟାଳୟର ଶିକ୍ଷୟତ୍ରୀ ବାର୍ଷିକ ଉତ୍ସବ ସଭା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ