ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତର ଆଳିସ ଗ୍ରାମର ପ୍ରାଣନାଥ ପରିଡାଙ୍କ ଘରେ ଆଜି ୧୨.୩୦ରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ପୋଡିଯାଇଛି । ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବାକୁ ଯାଇ ବିଜୁ ଯୁବ ବାହିନୀର ସଦସ୍ୟ ପ୍ରଶାନ୍ତ ସ୍ୱାଇଁଙ୍କର ହାତ ପୋଡି ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଦୁଶାସନ ପ୍ରଧାନଙ୍କର ମୁଣ୍ଡ ଫାଟି ଯାଇଛି । ପ୍ରଣନାଥଙ୍କର ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଠ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ପ୍ରାଥମିକ କ୍ଷୟକ୍ଷତିର ଆକଳନ କରିଛନ୍ତି । ସୁତନାଯୋଗ୍ୟ ଯେ ଆଜି ଦୋଳ ପୂର୍ଣ୍ଣମୀ ଅବସରରେ ଗ୍ରାମରେ ଗ୍ରାମେଶ୍ୱର ଦେବ ଭୋଗ ଖାଉଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଯାହାକି ଗ୍ରାମରେ ସମସ୍ତେ ଉପସ୍ଥିତ ରହିଥବାରୁ ଏକ ବଡଧରଣର ଅଗ୍ନିକାଣ୍ଡରୁ ରକ୍ଷା କରାଯାଇ ପାରିଲା ବୋଲି ଜଣାପଡିଛି । ସ୍ଥାନୀୟ ସରପଞ୍ଚ ବିଳାସିନୀ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବୀ ହେଇଛି । ଅନ୍ୟ ପକ୍ଷେ ଖବର ପାଇ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଯାଇଥବାର ଜଣାପଡିଛି । ବିଜୁ ଯୁବ ବାହିନୀ ସଦସ୍ୟ ମାନେ ଯେଉଁପରି ଭାବରେ ଅଗ୍ନିକାଣ୍ଡ ସମୟରେ ନିଜ ନୀବନକୁ ବାଜି ଲଗାଇ କାର୍ଯ୍ୟ କଲେ ସେମାନଙ୍କୁ ଗ୍ରାମବାସୀ ମାନେ ଧନ୍ୟବାଦ ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି